ETV Bharat / state

5T ବିଦ୍ୟାଳୟରେ ଯୁକ୍ତ ଦୁଇ ସାମିଲ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

author img

By

Published : Oct 16, 2022, 10:32 PM IST

ଜନ୍ମ ଦିନରେ ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଜିଲ୍ଲାର ଦୁଇଟି 5T ରୂପାନ୍ତରୀତ ବିଦ୍ୟାଳୟରେ ଯୁକ୍ତ ଦୁଇ ସାମିଲ ନେଇ ରାଜ୍ୟ ସରକାରଙ୍କ ଘୋଷଣା । କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

5T ବିଦ୍ୟାଳୟରେ ଯୁକ୍ତ ଦୁଇ ସାମିଲ ନେଇ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ବୌଦ୍ଧ: ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବୌଦ୍ଧ ଜିଲ୍ଲାକୁ ମିଳିଲା ଉପହାର । ଜିଲ୍ଲାର ଦୁଇଟି 5T ରୂପାନ୍ତରୀତ ବିଦ୍ୟାଳୟରେ ଯୁକ୍ତ ଦୁଇ ସାମିଲ ନେଇ ରାଜ୍ୟ ସରକାରଙ୍କ ଘୋଷଣା । ଏନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜୟ ନାୟକ(CM Naveen Patnaik turns 77 today) । ତାଙ୍କର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ସରଳ ବ୍ୟକ୍ତିତ୍ବ ଓ ନିର୍ମଳ ଭାବମୂର୍ତ୍ତି ନବୀନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଲୋକପ୍ରିୟ ନେତା ଭାବେ ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ନାଁରେ ଓଡିଶାକୁ ସର୍ବାଧିକ କାଳ ଶାସନ କରିଥିବାର ରେକର୍ଡ ରହିଛି ।

ତେବେ ୭୭ ତମ ଜନ୍ମଦିନ ପୂର୍ବଦିନ ଅର୍ଥାତ ଗତକାଲି ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ଘୋଷଣା କରି ଚୁକ୍ତି ଭିତ୍ତିକ ଠିକା କର୍ମଚାରୀଙ୍କୁ ଉପହାର ଦେଇଛନ୍ତି । ଓଡିଶାରୁ ଉଚ୍ଛେଦ ହୋଇଛି ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଏଥି ସହିତ ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ସରକାରୀ କର୍ମଚାରୀ ଭାବେ ନିୟମିତ ହେବେ । ଏନେଇ ଗତକାଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ସେହିପରି ଆଜି ଜନ୍ମଦିନରେ ବୌଦ୍ଧ ଜିଲ୍ଲାର ଦୁଇଟି 5T ରୂପାନ୍ତରୀତ ବିଦ୍ୟାଳୟରେ ଯୁକ୍ତ ଦୁଇ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ ୪୨ ଗୋଟି ଉଚ୍ଚ ବିଦ୍ୟାଳୟ 5T ଅଧିନରେ ରୂପାନ୍ତରୀତ ହୋଇସାରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟ ଓ ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ଭଳି ମାଧ୍ୟମିକ ଶିକ୍ଷାକୁ ସଂଲଗ୍ନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏନେଇ ଆଜି ବୀରନରସିଂପୁର ଠାରେ ଥିବା ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ, ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖଙ୍କୁ ବିଦ୍ୟାଳୟ ଓ ଅଞ୍ଚଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ଦୁଇ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇକୁ ସଂଲଗ୍ନ କରାଯାଇଥିବାରୁ ଅଞ୍ଚଳରେ ଶିକ୍ଷାର ଅଧିକ ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.