ETV Bharat / state

ବୌଦ୍ଧରେ ଭୋଟରଙ୍କୁ ନେତାଙ୍କ ଧମକ: ଭିଡିଓ ଭାଇରାଲ, ପ୍ରଶାସନ ଚୁପ

ଘଟଣା ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ପଞ୍ଚାୟତ ଅଧିନସ୍ଥ ହାତୀପାଲି ଗାଁର। ଭାଇରାଲ ହେଉଥିବା ଭିଡିଓ 2 ଦିନ ତଳର । ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ହେଲେ ଏହି ଭିଡିଓକୁ ନେଇ ସ୍ଥାନୀୟ ଅଞ୍ଚଳରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ

ବୌଦ୍ଧରେ ଭୋଟରଙ୍କୁ ନେତା ଧମକ
ବୌଦ୍ଧରେ ଭୋଟରଙ୍କୁ ନେତା ଧମକ
author img

By

Published : Feb 14, 2022, 9:17 PM IST

Updated : Feb 16, 2022, 3:11 PM IST

ବୌଦ୍ଧ: ଗୀତା ଛୁଇଁ ଶପଥ କର । ଆମକୁ ହିଁ ଭୋଟ ଦେବ । ନଚେତ ଦୋକାନ ବନ୍ଦ। ଆମକୁ ଭୋଟ ନାହିଁ ତ, ଆମ ଗାଁରେ ଦୋକାନ ଖୋଲି ପାରିବ ନାହିଁ । ଖାଲି ଏତିକି ନୁହେଁ । ତୁମ ବାଲାଟ ପେପର ଆମେ ଦେବୁ । ଆଉ ତୁମ ଭୋଟ ଆମେ ହିଁ ନେବୁ । ଅଲବଦ ନେବୁ । ଏହା ହେଉଛି ଜଣେ ଭୋଟରଙ୍କୁ ଜଣେ କୁଜି ନେତା(ଗାଁ ନେତା) ଙ୍କ ଧମକ ପୂର୍ଣ୍ଣ ଭାଇରାଲ ଭିଡିଓର କିଛି ଅଶଂ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ବୌଦ୍ଧରେ ଭୋଟରଙ୍କୁ ନେତା ଧମକ: ଭିଡିଓ ଭାଇରାଲ, ପ୍ରଶାସନ ଚୁପ

ଘଟଣା ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ପଞ୍ଚାୟତ ଅଧିନସ୍ଥ ହାତୀପାଲି ଗାଁର। ଭାଇରାଲ ହେଉଥିବା ଭିଡିଓ 2 ଦିନ ତଳର । ଆସନ୍ତା 16 ରେ ନିର୍ବାଚନ ଥିବାବେଳେ, ଆଜି ଶେଷ ହୋଇଛି ପ୍ରଚାର । ହେଲେ ଏହି ଭିଡିଓକୁ ନେଇ ସ୍ଥାନୀୟ ଅଞ୍ଚଳରେ ବଢୁଛି ଅସନ୍ତୋଷ । କାରଣ ଜଣେ ମତଦାତା କାହାକୁ କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବ ତାହା ତାଙ୍କର ଇଚ୍ଛାଧୀନ ଓ ଗୋପନୀୟତା ଅଧିକାର। ହେଲେ ଭିଡିଓରେ ଧମକ ଦେଉଥିବା ବ୍ୟକ୍ତି ଜଣକ ଖୁଲମ ଖୁଲା ଭୋଟରଙ୍କୁ ଧମକ ଦେଉଛନ୍ତି । ଦୋକାନୀ ଜଣଙ୍କ କହୁଛନ୍ତି ମୋ ବାପାଙ୍କ ସହ କଥା ହେଲା ପରେ ଭୋଟ କାହାକୁ ଦେବୁ ନିଷ୍ପତ୍ତି ନେବୁ । ଏଥିରେ ଆହୁରି ଉତକ୍ଷିପ୍ତ ହୋଇ ନେତା ଜଣଙ୍କ କହୁଛନ୍ତି, ଫୋନରେ ପଚାର... ଫୋନରେ ପଚାର... ପୁଣି ଦୋକାନୀ ଜଣଙ୍କ କହୁଛନ୍ତି କଣ ନେଇକି ସାଥିରେ ଆସିଛ? ନେତା ଜଣଙ୍କ କହୁଛନ୍ତି ଗୀତା? ଦୋକାନୀ କହୁଛନ୍ତି ମୁଁ ବ୍ରାହ୍ମଣ ଜାତିର । ପୁଣି ମନ୍ଦିର ପୂଜକ । ଗୀତା ଛୁଇଁ କିଭଳି ଶପଥ କରିବି? ମତେ ବାଲାଟ ପେପର ଦିଅ । ମୁଁ ଭୋଟ ଦେଇଦେବି । ଆଉ ଏଥିରେ ନେତା ଜଣଙ୍କ ରାଜି ମଧ୍ୟ ହେଉଛନ୍ତି । ଆଉ ସାଂଘାତିକ କଥା ହେଲା ନେତା ଜଣଙ୍କ କେଉଁଠୁ ବାଲାଟ ପେପର ଆଣିବେ ତାହା ଏବେ ବଡ ପ୍ରଶ୍ନ? ପୁଣି ନେତା ଜଣଙ୍କ ଦୋକାନୀଙ୍କୁ ଟଙ୍କା ଯାଚୁଛନ୍ତି । ହେଲେ ଦୋକାନୀ ଟଙ୍କା ନେବାକୁ ସିଧା ମନା କରୁଛନ୍ତି । ମୁଁ ଭୋଟ ଦେବାକୁ କେବେ ଟଙ୍କା ନିଏ ନାହିଁ ବୋଲି କହୁଛନ୍ତି । ଆଉ ଶେଷରେ ନେତା ଜଣଙ୍କ ଦୋକାନୀଙ୍କୁ ଦୋକାନ ବନ୍ଦ କରିବାକୁ ଧମକ ଦେଇ ଚାଲିଯାଉଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ କେମିତି ଚାଲିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପରିଚାଳନା ।

ତେବେ ମିଳିଥିବା ସୂଚନା ଅନୁସାରେ 2 ଦିନ ତଳେ ଗାଁରେ ନିର୍ଦ୍ଦିଷ୍ଟ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କିରିଆ(ଶପଥ) କାର୍ଯ୍ୟକ୍ରମ ହୋଇଥିଲା । ଗାଁର ସ୍କୁଲ ଘରକୁ ଗାଁର ସମସ୍ତ ଭୋଟରଙ୍କୁ ଡକାଯାଇ କିରିଆ(ଶପଥ) କରାଯାଉଥିଲା । ତେବେ କିଛି ଗ୍ରାମବାସୀ ଏହାକୁ ବିରୋଧ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସୁଥିବା ଜାଣି ଛତ୍ରଭଙ୍ଗ ଦେଇଥିଲେ କିରିଆ କରା ଆୟୋଜକ ମାନେ। ପରବର୍ତ୍ତୀ ସମୟରେ ରାତି ୧୨ ଟାରୁ ୨ ଟା ମଧ୍ୟରେ ପୁଣି ୨୦ ରୁ ୨୨ ଜଣ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ଘର ଘର ବୁଲିଥିଲେ । ହାତରେ ଦୀପ ଗୀତା ଧରି ପ୍ରତ୍ୟେକ ଘରେ ଲୋକଙ୍କୁ କିରିଆ ପକାଇବାକୁ ବାଧ୍ୟ କରିଥିଲେ । ଏପରିକି ଘରର ମହିଳା ମାନଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇନଥିଲା । ରାତି ଅଧରେ ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ସ୍ଥାନୀୟ ନେତା ମାନେ ଭୋଟ ଦେବାକୁ ଦୀପ ଛୁଇଁ ଶପଥ କରିବାକୁ ବାଧ୍ୟ ହୋଇଥିଲେ ଗାଁର ଭୋଟର । ଏହି ସମୟରେ ଭୋଟ ପିଛା ୭୦୦ ଟଙ୍କା ମଧ୍ୟ ବଣ୍ଟନ କରାଯାଇଥିଲା ।

ତେବେ ଏହି ରାତିରେ ଅନୁପସ୍ଥିତ ଥିବା ଗ୍ରାମର ଜଣେ ଦୋକାନୀଙ୍କ ପାଖରେ ପରଦିନ ପହଞ୍ଚିଥିଲେ ପ୍ରାର୍ଥୀମାନଙ୍କ ସମର୍ଥକ ମାନେ । ସାଥୀରେ ଗୀତା ଓ ଟଙ୍କା ଆଣିଥିଲେ । ଗୀତା ଛୁଇଁ ଶପଥ କର । ଟଙ୍କା ନିଅ ଭୋଟ ଦେବ ବୋଲି ଧମକ ଦେଇଥିଲେ । ଏଥିରୁ ଅରାଜି ହେବାରୁ ଦୋକାନୀ ଜଣଙ୍କ ଦୋକାକୁ ବନ୍ଦ କରିଦେଇଥିଲେ । ଏହାକୁ ବିରୋଧ କରି ଅଭିଯୋଗକାରୀ ଦୋକାନୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ନିଜ ଦାୟିତ୍ବ ସାରିଦେଇଥିବା ଅଭିଯୋଗ ହୋଇଛି । ନା ଧମକ ଦେଉଥିବା ନେତାଙ୍କୁ ଗିରଫ କରିଛି । ନା ମାମଲାର ଗମ୍ଭୀରତା ଦୃଷ୍ଟିରୁ ତଦନ୍ତ କରିଛି । ଗୋଟିଏ ଦିନ ପରେ ପଡିବ ଭୋଟ । ହେଲେ ଗାଁ ଗାଁ ରେ ଏହି କୁଜି ନେତା, କର୍ମୀଙ୍କ ଉତପାତ ଏବେ ସାଧାରଣ ଭୋଟରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହାସହ ଭୋଟରଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏହି ଭାଇରାଲ ଭିଡିଓକୁ ଜିଲ୍ଲା ପ୍ରଶାସନ, ପୋଲିସ, ରାଜ୍ୟ ନିର୍ବାଚନ କମିଶନ, ରାଜନୈତିକ ଦଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ସେତେ ତତ୍ପର ହୋଇନାହାଁନ୍ତି । ଫଳରେ ସ୍ବଚ୍ଛ ନିରପେକ୍ଷ ନିର୍ବାଚନକୁ ନେଇ ମଧ୍ୟ ବିରାଟ ପ୍ରଶ୍ନ ଛିଡା ହୋଇଛି । ତୁରନ୍ତ ଏହି ଧମକ ଦେଉଥିବା ନେତାଙ୍କୁ ଗିରଫ କରି ଏକ ଭୟମୁକ୍ତ ଚାପମୁକ୍ତ ପରିବେଶରେ ନିର୍ବାଚନ କରାଇବା ପାଇଁ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2022, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.