ETV Bharat / state

କୋରୋନା ମୁକାବିଲା ପାଇଁ କୁନି ତୀରନ୍ଦାଜଙ୍କ ଅର୍ଥଦାନ - ଶିଶୁ ତୀରନ୍ଦାଜ

କୋରୋନା ପାଇଁ ନିଜ ମନିସେଭର ଭାଙ୍ଗି ଅର୍ଥ ପ୍ରଦାନ କଲେ ଭାଇଭଉଣୀ । ଅଧିକ ପଢ଼ନ୍ତୁ...

little archer donates, money from pigibank, to fight corona virus, covid-19, ଶିଶୁ ତୀରନ୍ଦାଜ, ବୌଦ୍ଧ
କୋରୋନା ମୁକାବିଲା ପାଇଁ କୁନି ତୀରନ୍ଦାଜଙ୍କ ଅର୍ଥଦାନ
author img

By

Published : Apr 4, 2020, 10:29 PM IST

Updated : Apr 5, 2020, 9:57 AM IST

ବୌଦ୍ଧ:କୋରୋନା ଯୁଦ୍ଧରେ ନିଜ ସହଯୋଗ ଦେବାପାଇଁ ଆଗେଇ ଆସିଲେ ଦୁଇ କୁନି ଭାଇଭଉଣୀ । ନିଜ ମାଟି କୁମ୍ପି ଭାଙ୍ଗି ତା ଭିତରେ ଥିବା ଅର୍ଥକୁ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଜିଲ୍ଲାପାଳ ମଧ୍ୟ ଏହି ମହାମାରୀ ବିରୁଦ୍ଧ ଲଢେଇ ପାଇଁ ନିଜ ସାଧ୍ୟ ମୁତାବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଇଟିଭି ଭାରତ ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

little archer donates, money from pigibank, to fight corona virus, covid-19, ଶିଶୁ ତୀରନ୍ଦାଜ, ବୌଦ୍ଧ
କୋରୋନା ମୁକାବିଲା ପାଇଁ କୁନି ତୀରନ୍ଦାଜଙ୍କ ଅର୍ଥଦାନ

କୋରୋନା ବିରୁଦ୍ଧ ଲଢେଇ ପାଇଁ ଶିଶୁ ତୀରନ୍ଦାଜ ଖେଳାଳି ଟେନୀସା ମେହେର ନିଜ ନୂଆ ଧନୁତୀର ନ କିଣି ତାର ଅର୍ଥକୁ ଜିଲ୍ଲାପାଳଙ୍କୁ ଦାନ କରିଛନ୍ତି । ନିଜ କୁମ୍ପି ଟିକୁ ଭାଙ୍ଗି ତାର ସମସ୍ତ ଅର୍ଥକୁ ସେ ନିଜ ଭାଇ ସହ ମିଶି ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଜିଲ୍ଲାପାଳ ଏହି ଲଢେଇ ପାଇଁ ଅର୍ଥର ଆବଶ୍ୟକ ହେତୁ ଜିଲ୍ଲାବାସୀଙ୍କୁ ନିଜ ସାଧ୍ୟ ମୁତାବକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ କରିବାକୁ ଇଟିଭି ଭାରତ ମାଧ୍ୟମରେ ଅନୁରୋଧ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ବୌଦ୍ଧ ଡିଷ୍ଟିଲାରୀ ପ୍ରାୟ ଏକ କୋଟି ଟଙ୍କାର ସାନିଟାଇଜର ପ୍ରଦାନ କରିଥିବା ବେଳେ ଜଣେ ଡାକ୍ତର ଏକାବନ ହଜାର ଟଙ୍କା ଓ ଅନ୍ୟ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇିଟିଭି ଭାରତ

Last Updated : Apr 5, 2020, 9:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.