ETV Bharat / state

ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୁସ୍ବାଦୁ ‘ଲେଥା’ - ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ ଜିଲ୍ଲାରେ ଏକ ପରିଚିତ ଖାଦ୍ୟ ହେଉଛି ଲେଥା। ତେବେ ଲେଥାର ମୌଳିକତାକୁ ବଜାୟ ରଖି ଏହାକୁ ଅଧିକ ଲୋକପ୍ରିୟ ତଥା ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେବ ସୁସ୍ବାଦୁ ଖାଦ୍ୟ ଲେଥା

author img

By

Published : Aug 16, 2021, 2:32 PM IST

ବୌଦ୍ଧ: ଜିଲ୍ଲାରେ ଏକ ପରିଚିତ ଖାଦ୍ୟ ହେଉଛି ଲେଥା। ଧନୀ ହୁଅନ୍ତୁ ଅବା ଗରିବ ସମସ୍ତଙ୍କ ଊଣା ଅଧିକ ଲେଥାର ବ୍ୟବହାର ହୋଇଥାଏ । ତେବେ ଲେଥାର ମୌଳିକତାକୁ ବଜାୟ ରଖି ଏହାକୁ ଅଧିକ ଲୋକପ୍ରିୟ ତଥା ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

ବୌଦ୍ଧ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେବ ସୁସ୍ବାଦୁ ଖାଦ୍ୟ ଲେଥା

ପଶ୍ଚିମ ଓଡିଶା ତଥା ବିଶେଷ ଭାବରେ ବୌଦ୍ଧ ଅଞ୍ଚଳରେ ଲେଥାର ବହୁଳ ବ୍ୟବହାର କରାଯାଇଥାଏ । ତେବେ ଧିରେ ଧିରେ ଫାଷ୍ଟଫୁଡ ଯୁଗରେ ଏହି ଲେଥା ପଛରେ ପଡିଯିବା ଆଶଙ୍କା ଯୋଗୁଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାକୁ ଜିଲ୍ଲାର ଏକ ବ୍ରାଣ୍ଡ ଭାବରେ ସାରା ରାଜ୍ୟରେ ପରିଚିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବୌଦ୍ଧ DRDA ନିକଟରେ ଏକ ଲେଥା କେନ୍ଦ୍ର ଖୋଲା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ମଧ୍ୟ ଏଭଳି ଲେଥା କେନ୍ଦ୍ର ଖୋଲାଯିବ ବୋଲି ସୂଚନା ମିଳିଛି । ରବିବାର ଖୋଲାଯାଇଥିବା ଲେଥା କେନ୍ଦ୍ରରେ ଖୋଦ ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି, ବିଡ଼ିଓ ପ୍ରମୁଖ ପ୍ରସ୍ତୁତ ଲେଥା ଖାଇଥିଲେ । ଏହାସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ଏହି ଲେଥା କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.