ETV Bharat / state

ବୌଦ୍ଧରେ ସକ୍ରିୟ ମାଫିଆ, ମୃତ ଲୋକ ନାଁରେ ଚାଲିଛି ଜମି ବିକ୍ରି !

author img

By

Published : Jul 20, 2022, 1:33 PM IST

ବୌଦ୍ଧି ଜିଲ୍ଲାରେ ମୃତ ବ୍ୟକ୍ତିଙ୍କ ନାଁରେ ଜମି କିଣାବିକା ଅଭିଯୋଗ । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ତହସିଲଦାର । ଅଧିକ ପଢନ୍ତୁ

ବୌଦ୍ଧରେ ସକ୍ରିୟ ଜମି ମାଫିଆ, ମୃତ ଲୋକ ନାଁରେ ଚାଲିଛି ଜମି ବିକ୍ରି !

ବୌଦ୍ଧ: ଜିଲ୍ଲାରେ ସକ୍ରିୟ ହେଉଛନ୍ତି ଜମି ମାଫିଆ । ମୃତ ବ୍ୟକ୍ତିଙ୍କ ନାଁ ବିକୁଛନ୍ତି ଜମି । ମୃତକଙ୍କ ଜାଲ୍ ଆଧାର କାର୍ଡ, ଦସ୍ତଖତ ଓ ଟିପ ଚିହ୍ନ ଜରିଆରେ ଏକର ଏକର ଜମି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଛନ୍ତି ମାଫିଆ । ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ରାଜସ୍ବ ସର୍କଲ ଅଧିନରେ ଥିବା କୋଡାପଦର ଅଞ୍ଚଳରୁ ଏହି ସାଙ୍ଘାତିକ ଅଭିଯୋଗ ଆସିଛି । ଏଭଳି ଚଞ୍ଚକଥା ଘଟଣାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଖୁବ୍ ଚର୍ଚ୍ଚା ହେଉଛି । ବେଆଇନ ଭାବେ ଜମି କିଣା ପ୍ରସଙ୍ଗରେ ଜଣାପଡିବା ପରେ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ସୂଚନା ମୁତାବକ, ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ରାଜସ୍ବ ସର୍କଲ ଅଧିନରେ ଥିବା କୋଡାପଦର ଗ୍ରାମର ସୁରେନ୍ଦ୍ର ଖମାରୀଙ୍କ ଗତ ଜାନୁଆରୀ ମାସରେ ମୃତ୍ୟୁ ହୋଇସାରିଛି । କିନ୍ତୁ ତାଙ୍କ ମୃତ୍ୟୁର ପ୍ରାୟ ତିନି ମାସ ପରେ ଅର୍ଥାତ ଏପ୍ରିଲ ମାସରେ କେତେକ ଦଲାଲ ସ୍ବର୍ଗତ ଖମାରୀଙ୍କ ଜାଲ୍ ଆଧାର କାର୍ଡ, ଦସ୍ତଖତ ଓ ଟିପ ଚିହ୍ନ ଦେଇ ସମୁଦାୟ 14 ଏକର ଜମି ମଧ୍ୟରୁ ଚାରି ଏକର ଜମିକୁ ବିକ୍ରି କରିଥିଲେ । ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଏଭଳି ଚଞ୍ଚକତା ପୂର୍ଣ୍ଣ ଘଟଣା ଜିଲ୍ଲାରେ ଗୋଟିଏ ନା ଆହୁରି ଅନେକ ରହିଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଜଣାପଡିବ । ଏନେଇ ପ୍ରଶାସନିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୌଦ୍ଧ ତହସିଲଦାର ସୂଚନା ଦେଇଛନ୍ତି ।

ସେପଟେ ଜିଲ୍ଲାର ତିନି ତହସିଲ ଅଧିନରେ ଅନେକ ସ୍ଥାନରେ ଗୋଚର ଓ ଅନ୍ୟାନ୍ୟ ସରକାରୀ ଜମି ମାଫିଆ ଓ ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ରହୁଥିବା ଅଭିଯୋଗ ହୋଇଛି । ଏନେଇ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.