ETV Bharat / state

ବୌଦ୍ଧରେ କ୍ରୀଡାର ବିକାଶ ପାଇଁ ନାହିଁ ଆବଶ୍ୟକ ଭିତ୍ତିଭୂମି

author img

By

Published : Jan 24, 2023, 9:16 AM IST

Updated : Jan 24, 2023, 3:17 PM IST

ବୌଦ୍ଧରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ କ୍ରୀଡା ଓ କ୍ରୀଡାବିତଙ୍କ ହୋଇପାରୁନି ଉନ୍ନତି । ତେଣୁ ସ୍ଥାନୀୟ କ୍ରୀଡା ସଂଗଠକଙ୍କ ଦ୍ବାରା ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ଫୁଟବଲ କ୍ରୀଡା ଉତ୍ସବ । ଅଧିକ ପଢ଼ନ୍ତୁ

necessary infrastructure
ଆବଶ୍ୟକ ଭିତ୍ତିଭୂମି
ଆବଶ୍ୟକ ଭିତ୍ତିଭୂମି

ବୌଦ୍ଧ: ଜିଲ୍ଲାରେ କ୍ରୀଡ଼ାର ରହିଛି ବିରାଟ ସମ୍ଭାବନା । କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଜିଲ୍ଲାରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ଘଟିପାରୁ ନଥିବା ଅଭିଯୋଗ ହୋଇଛି । ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲାରେ ସନ୍ତରଣଠାରୁ ନେଇ ଫୁଟବଲ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାରେ ଅନେକ କ୍ରୀଡାବିତ ସୁନାମ ଆଣିପାରିଛନ୍ତି । ସରକାର ମଧ୍ୟ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । କିନ୍ତୁ ଆବଶ୍ୟକ ପଡ଼ିଆ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅନେକ ସମୟରେ ଠିକ୍‌ରେ ମିଳିପାରୁ ନାହିଁ ।

ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା କଚେରୀ ପଡିଆ ଅନେକ ସମୟରେ ମେଳା ମହୋତ୍ସବ ହେଉଛି । ଫଳରେ ପିଲାଙ୍କ ଖେଳରେ ବାଧା ସୃଷ୍ଟି ହେଉଛି । ଏଠାରେ ଯେଉଁ ଜିଲ୍ଲା ଷ୍ଟାଡିୟମ ରହିଛି ତାହା ଦୀର୍ଘ ୧୫ ବର୍ଷ ହେଲା ନିର୍ମାଣ ଚାଲିଛି । ତାହା ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ଏପରିକି ଜିଲ୍ଲାରେ କ୍ରିକେଟ ପାଇଁ ଆବଶ୍ୟକ ଖେଳ ପଡ଼ିଆ ଅଭାବରୁ ତାହା ମଧ୍ୟ ହୋଇପାରୁନାହିଁ ।

ଜିଲ୍ଲାର ସମୁଦାୟ 69 ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ଖେଳପଡିଆ ଓ ଖେଳର ଆବଶ୍ୟକ ଭିତ୍ତିଭୂମି ନାହିଁ କହିଲେ ଚଳେ । ତେଣୁ ଖେଳର ବିକାଶ ଠିକରେ ହୋଇ ପାରୁନାହିଁ । ତେବେ ଏସବୁ ସମସ୍ୟା ମଧ୍ୟରେ ବୌଦ୍ଧର ଗଡଜାତ ଶାସନ କାଳରୁ ଅନୁଷ୍ଠିତ ହେଉଥିବା ସରସରା ଗ୍ରାମର ବାବା କପ୍‌ ଫୁଟବଲ ଟୁର୍ନାମେଣ୍ଟ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ।

ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହିତ ସ୍ଥାନୀୟ କ୍ରୀଡାପ୍ରେମୀଙ୍କ ଦ୍ବାରା ଏଠାରେ ସମ୍ମାନଜନକ ବାବାକପ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଓଡ଼ିଶାର ସର୍ବବୃହତ ଦୁଇଟି ସ୍ବତନ୍ତ୍ର ଟ୍ରଫିକୁ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ଖେଳ ଓ ଖେଳାଳୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ କ୍ରୀଡା ସଂଗଠକମାନେ ଦାବି କରିଛନ୍ତି ।

ପିଲାଏ ଖେଳିବେ, ଦେଶ ବିଦେଶରେ ନାଁ କରିବେ । ଏହି ସ୍ବପ୍ନକୁ ଆଧାର କରି ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବୌଦ୍ଧରେ ଖେଳ ପଡିଆର ଅବସ୍ଥା ଏପରି ଯେ ପିଲାଏ ଖେଳିବାକୁ ଇଚ୍ଛା କଲେ ବି କେଉଁଠି ଖେଳିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ସହରର ହକି ପଡିଆ ବନ୍ଦ ପଡିଥିବାବେଳେ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଆରଟିଓ କବଜାରେ । ଜିଲ୍ଲା ଷ୍ଟାଡିୟମରେ ଘାସ ଲାଗିଥିବାରୁ ଖେଳିବା ମନା ହୋଇଛି ।

ଗତ 13 ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇଥିବା ବୌଦ୍ଧ ଜିଲ୍ଲାସ୍ତରୀୟ ଷ୍ଟାଡିୟମର ଅବସ୍ଥା ଦେଖିଲେ ସରକାରଙ୍କ ଷ୍ଟାଡିୟମ ନିର୍ମାଣର ଘୋଷଣାରେ କେତେ ଦମ ଅଛି ତାହା ଜଣା ପଡ଼ୁଛି । କାରଣ ଏହି ଷ୍ଟାଡିୟମର ଅବସ୍ଥା ଏବେ ପୂରା ଶୋଚନୀୟ ହୋଇପଡିଛି । ଜିଲ୍ଲାର ପୁରୁଣା କଚେରୀ ଛକ ନିକଟରେ ଥିବା ଷ୍ଟାଡିୟମ ନିର୍ମାଣ 13 ବର୍ଷ ହେଲା ଚାଲିଛି ଯେ ସରିବାର ନାଁ ଧରୁନି । କି କେବେ ସରିବ ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଗୋଟିଏ ପାର୍ଶ୍ବ ନିର୍ମାଣ ଶେଷ ହେଲା ବେଳକୁ ଅନ୍ୟପାର୍ଶ୍ବରେ ଭାଙ୍ଗି ଯାଉଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Jan 24, 2023, 3:17 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.