ETV Bharat / state

ବିଡିପିଏଲ ସଂସ୍ଥାରେ ଶ୍ରମିକ ଅଶାନ୍ତି

author img

By ETV Bharat Odisha Team

Published : Sep 21, 2023, 10:34 PM IST

ବୌଦ୍ଧ ଜିଲ୍ଲାର ରାମ୍ଭିକଟା ଠାରେ ଥିବା ଡିଷ୍ଟିଲାରୀ କମ୍ପାନୀରେ ଶ୍ରମିକ ଅଶାନ୍ତି । ଶ୍ରମିକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନ କଲେ ଶତାଧିକ ଶ୍ରମିକ । ଅଧିକ ପଢନ୍ତୁ

ଶିଳ୍ପାନୁଷ୍ଠାନରେ ଶ୍ରମିକ ଅଶାନ୍ତି
ଶିଳ୍ପାନୁଷ୍ଠାନରେ ଶ୍ରମିକ ଅଶାନ୍ତି
ବୃହତ୍ତ ଶିଳ୍ପାନୁଷ୍ଠାନରେ ଶ୍ରମିକ ଅଶାନ୍ତି

ବୌଦ୍ଧ: ଜିଲ୍ଲାର ଏକମାତ୍ର ବୃହତ୍ତ ଶିଳ୍ପାନୁଷ୍ଠାନରେ ଶ୍ରମିକ ଅଶାନ୍ତି । ସଂସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କୁ ଶୋଷଣ ସହିତ ଧାର୍ଯ୍ୟ ନିୟମ ଠାରୁ ଯଥେଷ୍ଟ ଅଧିକ କାର୍ଯ୍ୟରେ କରାଯାଉଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଏହାସହ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ ନଥିବା ଓ ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶ୍ରମିକ ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ରାମ୍ଭିକଟା ଠାରେ ଥିବା BDPL ଡିଷ୍ଟିଲାରୀ କମ୍ପାନୀ ରାଜ୍ୟର ଅନ୍ୟତମ ସ୍ପିରିଟ ଉତ୍ପାଦନକାରୀ ସଂସ୍ଥା । ଏହା ସଂସ୍ଥାରେ ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପାନୁଷ୍ଠାନ । ଏଠାରେ ପ୍ରସ୍ତୁତ ସବୁଜ ତୈଳ ସାରା ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛି । ଏଠାରେ ଶତାଧିକ ଶ୍ରମିକ କାର୍ଯ୍ୟକରୁଥିବା ବେଳେ ଶ୍ରମିକଙ୍କୁ ଏଠାରେ ଶୋଷଣ କରାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ଦୀର୍ଘ ଦିନଧରି ଶ୍ରମିକମାନଙ୍କ ମଧ୍ୟରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା । ଶ୍ରମିକମାନେ ଅଭିଯୋଗ କରୁଥିବା ବେଳେ ଏହାର କୌଣସି ସମାଧାନ କରାନଯିବାରୁ ଆଜି ଶତାଧିକ ଶ୍ରମିକ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ସମସ୍ୟା ସମଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ ।

ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଏହି ବିଡିପିଏଲ ସଂସ୍ଥାରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କୁ ଆବଶ୍ୟକତା ଠାରୁ ଢେର ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ କରାଯାଉଛି । ସମାନ କାର୍ଯ୍ୟକୁ ସମାନ ଦରମା ମିଳୁ ନାହିଁ । ଯାହାକୁ ନେଇ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇ ବିଫଳ ହୋଇଛନ୍ତି । ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାଙ୍କ କଥାକୁ କମ୍ପାନୀ ଗୁରୁତ୍ବ ଦେଉନାହିଁ । ଶେଷରେ ଅତିଷ୍ଠ ହୋଇ ଆଜି ରାମ୍ଭିକଟା ସ୍ଥିତ ବିଡିପିଏଲ ସଂସ୍ଥା ସମ୍ମୁଖରେ ଶତାଧିକ ଶ୍ରମିକମାନେ କମ୍ପାନୀ ରାସ୍ତା ଅବରୋଧ କରିବା ସହିତ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ

ଘଟଣା ସମ୍ପର୍କରେ ଖବର ପାଇ ବୌଦ୍ଧ ଆଦର୍ଶ ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବାକୁ ପ୍ରୟାସ କରିଥିଲା । ପୋଲିସ ଅଧିକାରୀ ଅନ୍ଦୋଳନରତ କର୍ମକର୍ତ୍ତାଙ୍କ ସହ ଅଲୋଚନା କରିଥିଲେ । ଫଳରେ ଅନ୍ଦୋଳନ ଶାନ୍ତ ପଡିଥିଲା । ତେବେ ଏହାକୁ ନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.