ETV Bharat / state

ଜଳସେଚନ ବିଭାଗର ମନମୁଖୀ ନୀତି, ଶ୍ରମିକଙ୍କ ଧାରଣା ପରେ ମିଳିଲା ମଜୁରୀ - ଶ୍ରମ ଅଫିସରେ ଶ୍ରମିକଙ୍କ ଧାରଣା

ଶ୍ରମିକଙ୍କ ପ୍ରାପ୍ୟ ମଜୁରୀ ନ ଦେଇ ହଟହଟା ହେଲେ ଜଳସେଚନ ବିଭାଗର ସରକାରୀ ବାବୁ । ଉତ୍ୟକ୍ତ ଶ୍ରମିକଙ୍କ ଆକ୍ରୋଶର ଶିକାର ହୋଇ ଶେଷରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

labour perception for wage in boudha
ଜଳସେଚନ ବିଭାଗର ଟାଳଟୁଳା ନୀତି, ଶ୍ରମିକଙ୍କ ଧାରଣା ପରେ ମିଳିଲା ମଜୁରୀ
author img

By

Published : Oct 28, 2020, 7:38 AM IST

ବୌଦ୍ଧ: ସରକାରୀ ବାବୁଙ୍କ ଟାଳଟୁଳା ନୀତି । ଶ୍ରମିକଙ୍କ ବକେୟା ପାଉଣା ନ ଦେଇ ହିନସ୍ତା ହେଲେ ଜଳସେଚନ ବିଭାଗର ସରକାରୀ ବାବୁ । ଉତ୍ୟକ୍ତ ଶ୍ରମିକଙ୍କ ହାବୁଡରେ ପଡି ବାବୁ ଜଣକ ହଟାହଟା ହେବା ଏବେ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରମ କାର୍ଯ୍ୟାଳୟ ଆଗରେ ଶ୍ରମିକଙ୍କ ଧାରଣା ପରେ ଶେଷରେ ସେ ପ୍ରାପ୍ୟ ପ୍ରଦାନ କରି ଶ୍ରମ କାର୍ଯ୍ୟାଳୟରୁ ମୁକ୍ତି ପାଇଛନ୍ତି ।

ଜଳସେଚନ ବିଭାଗର ଟାଳଟୁଳା ନୀତି, ଶ୍ରମିକଙ୍କ ଧାରଣା ପରେ ମିଳିଲା ମଜୁରୀ

ଜଳସେଚନ ବିଭାଗର ଅପାରଗତା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଏପରିକି ଗରିବ ଶ୍ରମିକଙ୍କ ପାଉଣା ମଧ୍ୟ କୌଶଳରେ ହଡପ କରାଯାଉଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବୀରନରସିଂହପୁର ଅଞ୍ଚଳର ଗରିବ ଶ୍ରମିକ କେନାଲ କାମ କରି ପ୍ରାପ୍ୟ ପାଇଁ ବାରମ୍ବାର ଜଳସେଚନ କାର୍ଯ୍ୟାଳୟକୁ ଦୌଡି ଥିଲେ ମଧ୍ୟ କୌଣସି ଅଧିକାରୀ ତାଙ୍କ ଗୁହାରୀ ଶୁଣି ନ ଥିଲେ । ଶେଷରେ ଶ୍ରମିକମାନେ ଏନେଇ ବୌଦ୍ଧ ଶ୍ରମ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜଳସେଚନ ବିଭାଗର ଜୈନିକ ଅଧିକାରୀ ଏହି ଉତ୍ୟକ୍ତ ଶ୍ରମିକଙ୍କୁ ବୁଝାଇବାକୁ ଶ୍ରମ କାର୍ଯ୍ୟାଳୟକୁ ଆସି ପୁଣି ସମୟ ଗଡାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଥର ଉତ୍ୟକ୍ତ ଶ୍ରମିକ ନଛୋଡ ବନ୍ଧା ହୋଇ ସରକାରୀ ବାବୁ ଜଣଙ୍କୁ ଘେରି ନାନା ଗାଳିମନ୍ଦ ଦେଇ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଶେଷରେ ପାଣି ମୁଣ୍ଡ ଉପରେ ବୋହିବା ଦେଖି ଜଳସେଚନ ବିଭାଗର ବାବୁ ଜଣକ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.