ETV Bharat / state

ଆସିଲାନି ଆମ୍ବୁଲାନ୍ସ , ଆଖି ବୁଜିଲେ ଗୁରୁତର ଶ୍ରମିକ

ବିଦ୍ୟୁତ ଆଘାତରେ ଅକାଳରେ ଶ୍ରମିକଙ୍କ ମୃତ୍ୟୁ । ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅପେକ୍ଷା କରିବା ପରେ ବି ହୋଇ ପାରିଲାନି କୌଣସି ସୁବିଧା । ଫଳରେ ଶ୍ରମିକ ଜଣଙ୍କ ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

labour died getting electric shock in boudh, boudh latest news, irregularity in ambulance services in boudh, ବୌଦ୍ଧରେ ଆମ୍ବୁଲାନ୍ସରେ ସେବାରେ ଅବହେଳା, ବିଦ୍ୟୁତ ଆଘାତରେ ଶ୍ରମିକ ମୃତ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ଆସିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗୁରୁତର ଶ୍ରମିକ
author img

By

Published : Jan 24, 2020, 3:41 AM IST

ବୌଦ୍ଧ: ବିଦ୍ୟୁତ ଆଘାତରେ ଅକାଳରେ ଶ୍ରମିକଙ୍କ ମୃତ୍ୟୁ । ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅପେକ୍ଷା କରିବା ପରେ ବି ହୋଇ ପାରିଲାନି କୌଣସି ସୁବିଧା । ଆମ୍ବଲାନ୍ସ ଅନ୍ୟତ୍ର ଯାଇଥିବାରୁ ସମଯରେ ଶ୍ରମିକଙ୍କ ଚିକିତ୍ସା ପାଇଁ ପହଞ୍ଚି ପାରିନଥିଲା । ଫଳରେ ଶ୍ରମିକ ଜଣଙ୍କ ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆସିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ଗୁରୁତର ଶ୍ରମିକ

ସୂଚନା ଅନୁଯାୟୀ ସ୍ଥାନୀୟ ଟିକରପଡା ପଞ୍ଚାୟତ ବନ୍ଧସାହିର ରାଜୁ ବେହେରା ପିତାମାତାଙ୍କ ସହ ପ୍ରତ୍ୟେକ ଦିନ ଭଳି ଇଟା ଗଢିବାକୁ ବାହାରିଥିଲା । ଗାଁ ନିକଟସ୍ଥ ବଘିଆପଡା ପଞ୍ଚାୟତର ଫୁରୁଡା ଗାଁରେ ଜନୈକ ବ୍ୟକ୍ତିଙ୍କ ଘର ତିଆରି ପାଇଁ ଇଟା ଗଢା ଚାଲିଥିଲା । ଏହି ସମୟରେ ଏକ ଗଛର ଡାଳକୁ କାଢିବା ସମୟରେ ଅସାବଧାନତା ଯୋଗୁଁ ଡାଳରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜୁ ଗୁରୁତର ହୋଇପଡିଥିଲେ ।

ତେବେ ଗୁରୁତର ରାଜୁଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କରାଯାଇଥିଲା । ହେଲେ ପ୍ରାୟ ଦୁଇ ଘଣ୍ଟା ଡେରିରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଫଳରେ ଚିକିତ୍ସାରେ ବିଳମ୍ବ ହେତୁ ରାଜୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବିଦ୍ୟୁତ ଆଘାତରେ ଅକାଳରେ ଶ୍ରମିକଙ୍କ ମୃତ୍ୟୁ ।ତେବେ ଦୀର୍ଘ ସମୟର ଅପେକ୍ଷା ପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା ହେତୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଦିନ ମଜୁରୀଆ ହୋଇ ମଧ୍ୟ ନିଜ ତିନି ବର୍ଷର କୁନୀ ଝିଅ ଓ ପତ୍ନୀ କୁ ନେଇ ଛୋଟ ହସଖୁସିର ସଂସାର ଥିଲା ।ହେଲେ ଭାଗ୍ୟ ହେଲା ବାମ ।ଅକାଳ ମୃତ୍ୟୁ କୋଳକୁ ଚାଲିଗଲା ଯୁବକ ।ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବନ୍ଧସାହିର ରାଜୁ ବେହେରା ପିତାମାତାଙ୍କ ସହ ପ୍ରତ୍ୟେକ ଦିନ ଭଳି ଇଟା ଗଢିବାକୁ ବାହାରିଥିଲା ।ଗାଁ ନିକଟସ୍ଥ ବଘିଆପଡା ପଞ୍ଚାୟତ ର ଫୁରୁଡା ଗାଁରେ ଜନୈକ ବ୍ୟକ୍ତି ଙ୍କ ଗୃହ ପାଇଁ ଇଟା ଗଢା ଚାଲିଥିଲା ।ଏହି ସମୟରେ ଏକ ଗଛର ଡାଳକୁ କାଢିବା ସମୟରେ ଅସାବଧାନତା ଯୋଗୁଁ ଡାଳରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜୁ ଗୁରୁତର ହୋଇପଡିଥିଲେ ।ଗୁରୁତର ରାଜୁକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ କୁ ବାରମ୍ବାର ଫୋନ କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ଠିକ ସମୟରେ ଉପଲବ୍ଧ ନଥିବାରୁ ପ୍ରାୟ ଦୁଇ ଘଣ୍ଟା ଡେରିରେ ଆମ୍ବୁଲାନ୍ସ ପହଞ୍ଚି ଥିଲା ।ଫଳରେ ଚିକିତ୍ସା ରେ ବିଳମ୍ବ ହେତୁ ରାଜୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଅତ୍ୟନ୍ତ ଗରିବ ଏହି ପରିବାର କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

Body:ବିଦ୍ୟୁତ ଆଘାତରେ ଗୁରୁତର ଶ୍ରମିକ ଆମ୍ବୁଲାନ୍ସ ଅଭାବରୁ ଆଖି ବୁଜିଲେ

Conclusion:ବାଇଟ-୧-ସବିତା ବେହେରା,ମୃତକଙ୍କ ମା
ବାଇଟ-୨-ପ୍ରକାଶ ନାଏକ,ସମ୍ପର୍କିୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.