ବୌଦ୍ଧ: ତିନି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ । ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ନିର୍ମାଣଧିନ ମହାନଦୀ ସେତୁ ଉପରୁ ଖସିପଡି ଗତ ଦେଢମାସ ମଧ୍ୟରେ ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
![ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ](https://etvbharatimages.akamaized.net/etvbharat/prod-images/od-boud-05-satya-labour3-avb-od10020_13032021185433_1303f_1615641873_700.jpg)
କାମ କରୁଥିବା ଠିକା ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଥିବା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଶ୍ରମ ବିଭାଗ ଚୁପ ବସିଥିଲା । ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶ୍ରମିକ ସଂଗଠନ ସିଧାସଳଖ ଶ୍ରମ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ।
ସେପଟେ ଅନ୍ୟ ଏକ ଘଟଣା କ୍ରମରେ କେନ୍ଦୁପତ୍ର ବିଭାଗର ଚଞ୍ଚକତା ପଦାକୁ ଆସିଛି । ବିଭାଗରେ ଦୀର୍ଘ 29 ବର୍ଷ ଧରି କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ ନିୟମିତ ପାଇଁ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଲାଞ୍ଚ ଦେଇ ନପାରିବା କାରଣରୁ ତାଙ୍କ ନାମ ତାଲିକାରେ ତଳକୁ ଖସାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
![ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ](https://etvbharatimages.akamaized.net/etvbharat/prod-images/od-boud-05-satya-labour3-avb-od10020_13032021185433_1303f_1615641873_924.jpg)
![ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଚେତିଲା ଶ୍ରମ ବିଭାଗ](https://etvbharatimages.akamaized.net/etvbharat/prod-images/od-boud-05-satya-labour3-avb-od10020_13032021185433_1303f_1615641873_1067.jpg)
ଏନେଇ ବାରମ୍ବାର ସମ୍ପୃକ୍ତ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀ ମାନସିକ ନିର୍ଯାତନା ଯୋଗୁଁ ସେ ବିଭିନ୍ନ ସ୍ତରରେ ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ମାନସିକ ଚାପରେ ରହିବା ସହ ଆସନ୍ତା 24 ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ।
ତେବେ ଜିଲ୍ଲା କେନ୍ଦୁପତ୍ର ବିଭାଗର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ବର୍ତ୍ତମାନ ପୁଣି ଜଣେ କର୍ମଚାରୀଙ୍କ ଏଭଳି ନିଷ୍ପତ୍ତି ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଛି । ତୁରନ୍ତ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ କୌଣସି ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଯାଇ ନପାରେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ