ETV Bharat / state

ଲକଡାଉନ ସତ୍ତ୍ବେ ଶ୍ରମିକ ନିୟୋଜନ, ଯାଞ୍ଚ କଲେ ବୌଦ୍ଧ ଶ୍ରମ ଅଧିକାରୀ - ବୌଦ୍ଧରେ ଶ୍ରମିକ ନିୟୋଜନ

ଲକଡାଉନ ସମୟରେ ଉନ୍ନୟନ କାର୍ଯ୍ୟରେ ଶ୍ରମିକ ନିୟୋଜନ ଅଭିଯୋଗ । ଅଭିଯୋଗ ମିଳିବା ପରେ ଶ୍ରମ ଅଧିକାରୀ ସମ୍ପୃକ୍ତ ସ୍ଥାନକୁ ଯାଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

Labour assigned into work in lockdown, boudh latest news, labour working in boudh, labour officer inspects illegal work in boudh, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ଲକଡାଉନ ସତ୍ତ୍ବେ ଶ୍ରମିକ ନିୟୋଜନ, ବୌଦ୍ଧରେ ଶ୍ରମିକ ନିୟୋଜନ, ବୌଦ୍ଧ ଶ୍ରମ ଅଧିକାରୀଙ୍କ କାର୍ଯ୍ୟ ଯାଞ୍ଚ
ଲକଡାଉନ ସତ୍ତ୍ବେ ଶ୍ରମିକ ନିୟୋଜନ, ଯାଞ୍ଚ କଲେ ବୌଦ୍ଧ ଶ୍ରମ ଅଧିକାରୀ
author img

By

Published : Apr 4, 2020, 10:51 PM IST

Updated : Apr 5, 2020, 10:04 AM IST

ବୌଦ୍ଧ: ଲକଡାଉନ ସମୟରେ ଉନ୍ନୟନ କାର୍ଯ୍ୟରେ ଶ୍ରମିକ ନିୟୋଜନ ଅଭିଯୋଗ ହୋଇଛି । ଅଭିଯୋଗ ମିଳିବା ପରେ ଶ୍ରମ ଅଧିକାରୀ ସମ୍ପୃକ୍ତ ସ୍ଥାନକୁ ଯାଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଘଟଣାଟି ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନର । ଯେଉଁଠି ପହଞ୍ଚି ଉନ୍ନୟନ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜନ କରାଯାଉଥିବା ସ୍ଥାନ ଗୁଡିକକୁ ଶ୍ରମ ଅଧିକାରୀ ତଦନ୍ତ କରିଛନ୍ତି ।

ଲକଡାଉନ ସତ୍ତ୍ବେ ଶ୍ରମିକ ନିୟୋଜନ, ଯାଞ୍ଚ କଲେ ବୌଦ୍ଧ ଶ୍ରମ ଅଧିକାରୀ

ସମ୍ପୃକ୍ତ ସ୍ଥାନ ଗୁଡିକରେ ଲକଡାଉନ ସତ୍ତ୍ବେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ଶନିବାର କଣ୍ଟାମାଳ ବ୍ଲକର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନକୁ ପରିଦର୍ଶନ କରି ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ ଶ୍ରମ ଅଧିକାରୀ ।

ସେପଟେ ଶନିବାର ବୌଦ୍ଧ ଥାନା ଅଧିନରେ 4 ଜଣ ରାଜ୍ୟ ବାହାରର ଶ୍ରମିକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ କ୍ବାରେଣ୍ଟାଇନ ହୋମରେ ରଖାଯାଇଥିବା ସୂଚନା ମିଳିଛି । ତେବେ ଅଦ୍ୟାବଧି ବୌଦ୍ଧ ଜିଲ୍ଲା ପାଇଁ ସେଭଳି କୌଣସି ଅସୁବିଧା ନାହିଁ ବୋଲି ସିଡିଏମଓ ଲକ୍ଷ୍ମୀଧର ସାହୁ କହିଛନ୍ତି । ତଥାପି ସତର୍କତା ନିହାତି ଜରୁରୀ ବୋଲି ମଧ୍ୟ ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 5, 2020, 10:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.