ETV Bharat / state

ବିଭିନ୍ନ ଶ୍ରମିକ ସମସ୍ୟା ନେଇ ମିଳିତ ଶ୍ରମିକ ସଂଗଠନର ଦାବିପତ୍ର

ବୌଦ୍ଧ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ ଦୁର୍ନୀତି ସହ ମନମାନୀ ଚାଲିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଉଦବେଗ ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 9, 2020, 4:53 PM IST

labor unions protest on their many demands
ଶ୍ରମିକଙ୍କ ସମସ୍ୟା ନେଇ ମିଳିତ ଶ୍ରମିକ ସଂଗଠନର ଦାବିପତ୍ର

ବୌଦ୍ଧ: ଜିଲ୍ଲାର ଶ୍ରମ କାର୍ଯ୍ୟାଳୟ ଦୁର୍ନୀତି ସହ ଦଲାଲିରାଜ ଚାଲିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଗଭୀର ଉଦବେଗ ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଦଲାଲମାନଙ୍କ କବଜାରେ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଖୋଦ ଜିଲ୍ଲାର ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଭାବେ କରିଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ରହିଥିଲେ ମଧ୍ୟ ଲକଡାଉନ ସମୟରେ ସରକାର ପ୍ରଦାନ କରିଥିବା ସହାୟତା ରାଶି ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା, ବିବାହ, ଶିକ୍ଷା ଓ ଅନ୍ୟାନ୍ୟ ସରକାରୀ ସହାୟତା ଠିକରେ ମିଳୁନଥିବା ଅଭିଯୋଗ ହୋଇଛି ।

ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଏକତ୍ରିତ ହୋଇ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କୁ ଏକ ଦାବିପତ୍ର ରାଜ୍ୟ ଶ୍ରମ କମିଶନରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ତୁରନ୍ତ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶ୍ରମିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.