ETV Bharat / state

ଜାଣନ୍ତୁ ଗଡଜାତ ରାଜ୍ୟ ବୌଦ୍ଧରେ ହୋଲି ଖେଳର ପରମ୍ପରା ସମ୍ପର୍କରେ... - boudh news

ହୋଲିକୁ ନେଇ ଗଡଜାତ ବୌଦ୍ଧରେ ରହିଛି ସ୍ବତନ୍ତ୍ର ଉନ୍ମାଦନା । ପ୍ରାଚୀନ ପରମ୍ପରାକୁ ରାଜତନ୍ତ୍ର ଶାସନ କାଳରେ କିଭଳି ପାଳନ କରାଯାଉଥିଲା ସେ ସମ୍ପର୍କରେ ଇଟିଭି ଭାରତକୁ ତଥ୍ୟ ଦେଇଥିଲେ ବୌଦ୍ଧର ଶତାୟୁ ବ୍ୟକ୍ତି ଗୌରମୋହନ ମିଶ୍ର ।

Know about the traditions of the Holi game in boudh
ଜାଣନ୍ତୁ ଗଡଜାତ ରାଜ୍ୟ ବୌଦ୍ଧରେ ହୋଲି ଖେଳର ପରମ୍ପରା ସମ୍ପର୍କରେ...
author img

By

Published : Mar 10, 2020, 9:06 PM IST

ବୌଦ୍ଧ: ଗଡଜାତ ରାଜ୍ୟ ବୌଦ୍ଧରେ ରଥଯାତ୍ରା, ଦଶହରା ସହିତ ଅନ୍ୟତମ ଲୋକପ୍ରିୟ ଉତ୍ସବ ହୋଲିର ସ୍ବତନ୍ତ୍ର ଉନ୍ମାଦନା ରହିଛି । ବ୍ରିଟିଶ ଶାସନାଧୀନ ଗଡଜାତ ରାଜ୍ୟର ଶେଷ ରାଜା ନାରାୟଣ ପ୍ରସାଦ ଦେବ ରାଜତ୍ବରେ ହୋଲି ଖେଳର ଏକ ସ୍ବତନ୍ତ୍ର ମହତ୍ତ୍ଵ ରହିଥିଲା । ହୋଲି ଖେଳ ନିମନ୍ତେ ରାଜପ୍ରାସାଦ ପକ୍ଷରୁ ରାଜବାଟୀ ନିକଟରେ ଥିବା ଗୋପାଳଜୀ ମନ୍ଦିର ପରିସରରେ ଏକ ସ୍ଥାୟୀ ମଣ୍ଡପରେ ଆୟୋଜନ କରାଯାଉଥିଲା ।

ଜାଣନ୍ତୁ ଗଡଜାତ ରାଜ୍ୟ ବୌଦ୍ଧରେ ହୋଲି ଖେଳର ପରମ୍ପରା ସମ୍ପର୍କରେ...

ରାଜା ଆସନରେ ବସିବା ପରେ ପ୍ରଥମେ ବ୍ରାହ୍ମଣ ମାନଙ୍କ ପାଦରେ ହୋଲି ରଙ୍ଗ ପକାଇ ଆଶୀର୍ବାଦ ଭିକ୍ଷା କରୁଥିଲେ । ଅନ୍ୟ ସମ୍ପ୍ରଦାୟର ପ୍ରଜା ରାଜାଙ୍କ ପାଦରେ ରଙ୍ଗ ଦେବା ପରେ ଅନ୍ୟାନ୍ୟ ସ୍ଥାନରେ ହୋଲି ଖେଳର ଆରମ୍ଭ ହେଉଥିଲା । ସେତେବେଳେ ସାଧାରଣ ଚାଉଳ ଚୂନାରୁ ପ୍ରସ୍ତୁତ ଫଗୁ ଓ ହଳଦୀରେ ହୋଲି ଖେଳ ହେଉଥିଲା । କିନ୍ତୁ ଏବେ ନା ଅଛି ସେହି ଶାସନ, ନା ଅଛି ସେହି ପରମ୍ପରା, ନା ଅଛନ୍ତି ସେହି ଠାକୁର । ଗୋପାଳଜୀ ମନ୍ଦିରର ଠାକୁର ବିହୀନ ଆସନ ଏବେ ବି ସେହି ପୁରୁଣା ଦିନର ସ୍ମୃତି ବହନ କରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.