ETV Bharat / state

ଏମିତି ଏକ ପରିବାର, ଯେଉଁଠି ଜନ୍ମ ନିଅନ୍ତି ଯାଆଁଳା ଶିଶୁ

ବୌଦ୍ଧ ଜିଲ୍ଲା କମ୍ପରା ଗାଁରେ ରହିଛି ଏଭଳି ଏକ ପରିବାର, ଯେଉଁ ପରିବାରରେ ପିଢି ପିଢି ଧରି ଜନ୍ମ ନେଉଛନ୍ତି ଯାଆଁଳା ଶିଶୁ ।

author img

By

Published : May 26, 2019, 11:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଯାଆଁଳା ବା ଯମଜ ଶିଶୁ ଜନ୍ମ ହେବା ସାଧାରଣ କଥାରେ ପରିଣତ ହୋଇଗଲାଣି । ଆଜିକାଲି ଘରେ ଘରେ ଜନ୍ମ ହେଉଛି ଯାଆଁଳା ଶିଶୁ । ଯାଆଁଳା ସନ୍ତାନକୁ ନେଇ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଅନେକ ଉଦାହରଣ ରହିଛି । ଏପରିକି ଗୋଟିଏ ଗୋଟିଏ ଗାଁ ଯମଜ ଗାଁ ଭାବେ ମଧ୍ୟ ପରିଚିତ । ବୌଦ୍ଧ ଜିଲ୍ଲାରେ ଏଭଳି ଏକ ପରିବାର ରହିଛି, ଯେଉଁ ପରିବାରରେ ପିଢି ପଢି ଧରି ଜନ୍ମ ହେଉଛନ୍ତି ଯମଜ ସନ୍ତାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗାଁରେ ରୁହନ୍ତି ଶ୍ରୀକାନ୍ତ ମହାନନ୍ଦଙ୍କ ପରିବାର । ଗତ ଶନିବାର ତାଙ୍କ ପରିବାରରେ ଜନ୍ମ ହୋଇଛି ଯାଆଁଳା ସନ୍ତାନ । କିନ୍ତୁ ରୋଚକ କଥା ହେଉଛି ଏହି ପରିବାର ଏହି ଯାଆଁଳା ସନ୍ତାନ ଜନ୍ମ ହେବା ପ୍ରଥମ ଘଟଣା ନୁହେଁ । ପିଢି ପିଢି ଧରି ତାଙ୍କ ପରିବାରରେ ଜନ୍ମ ହେଉଛନ୍ତି ଯାଆଁଳା ସନ୍ତାନ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ଶିଶୁ ବିଶେଷଜ୍ଞ ଡାକ୍ତର କୁହନ୍ତି, ପିଢି ପିଢି ଧରି ଯାଆଁଳା ଜନ୍ମ ନେବା ଚିକିତ୍ସା ଶାସ୍ତ୍ରରେ ସମ୍ଭବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଜାଆଁଳା ବା ଜମଜ ଶିଶୁଙ୍କ ସମ୍ପର୍କରେ ଉଣା ଅଧିକ ସମସ୍ତେ ଅବଗତ । କିନ୍ତୁ ଏପରି ପରିବାର ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପ୍ରତ୍ୟେକ ପିଢ଼ି ରେ ଜାଆଁଳା ସନ୍ତାନ ଏକ ସାଧାରଣ କଥା ହୋଇଛି ।ଜାଆଁଳା ଶିଶୁ, କିନ୍ତୁ କେବଳ ପିତା ର ବଂଶରୁ ନୁହେଁ, ମା ର ବଂଶରୁ ମଧ୍ୟ ଏହା ଅନେକ ପିଢ଼ି ରୁ ଚାଲିଆସିଛି ।

Body:ଜାଆଁଳା ସନ୍ତାନ କୁନେଇ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଅନେକ ଉଦାହରଣ ରହିଛି ।ଏପରିକି ଗୋଟିଏ ଗୋଟିଏ ଗାଁ ଜମଜ ଙ୍କ ଗାଁ ଭାବେ ପରିଚିତ ।ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗାଁ ର ଶ୍ରୀକାନ୍ତ ମହାନନ୍ଦିଆ ଓ ସସ୍ମିତା ମହାନନ୍ଦିଆ ଙ୍କ ଶନିବାର ଦିନ ବୌଦ୍ଧ ଡାକ୍ତରଖାନାରେ ଜମଜ ସନ୍ତାନ ଜନ୍ମ ହୋଇଥିଲେ । ଗୋଟିଏ ପୁଅ ଓ ଅନ୍ୟଟି ଝିଅ । ଏହା ଏକ ସାଧାରଣ ଘଟଣା । କିନ୍ତୁ ରୋଚକ କଥାଟି ହେଲା ମହିଳାଙ୍କ ମା ବଂଶରେ ପିଢ଼ି ପରେ ପିଢ଼ି ଏହି ଭଳି ଯାଆଁଳା ଶିଶୁ କୁଆଡେ ଜନ୍ମ ହୋଇଥାନ୍ତି । ଯାଆଁଳା ଶିଶୁକୁ ଜନ୍ମ ଦେଇଥିବା ସସ୍ମିତା ଙ୍କ ମା ମଥୁରା ନିଜେ ଏକଥାକୁ ସ୍ବୀକାର କରିବା ସହ ନିଜେ, ନିଜର ଶାଶୁ ଓ ପୂର୍ବରୁ ଶାଶୁ ମାନେ ଯାଆଁଳା ଶିଶୁ ଜନ୍ମ ଦେଇଥିବା କହିଛନ୍ତି । ଏକଥାକୁ ମଧ୍ୟ ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ଶିଶୁ ବିଶେଷଜ୍ଞ ଡାକ୍ତର ଚିକିତ୍ସାଶାସ୍ତ୍ର ରେ ଏହା ସମ୍ଭବ ଓ ଏହା ବଂଶାନୁକ୍ରମଜୋନ ଅନ୍ତର୍ଗତ ଆସିଥାଏ ବୋଲି କହିଛନ୍ତି ।

Conclusion:ବାଇଟ-୧-ମଥୁରା କହଁର , ପ୍ରସୂତୀ ଙ୍କ ମା
ବାଇଟ-୨-ଡା ଦେବାନନ୍ଦ ସୁବୁଦ୍ଧି, ସ୍ତ୍ରୀ ଓ ଶିଶୁ ବିଶେଷଜ୍ଞ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.