ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ରାସ୍ତା ବନ୍ଦ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ ଜିଲ୍ଲାରେ ମୁଣ୍ଡିପଦର ପଞ୍ଚାୟତ ଦେଇ ନିର୍ମାଣ ହେଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଯୋଗୁଁ ରାସ୍ତା ବନ୍ଦ ହେବାର ସମସ୍ୟା ଦେଖାଦେଇଛି । ଏହାକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଫେରାଦ ଦେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

khordha balangir railway project villagers demands road in boudh
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ରାସ୍ତା ବନ୍ଦ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Nov 18, 2022, 11:41 AM IST

ବୌଦ୍ଧ: ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ରେଳପଥ ନିର୍ମାଣ ଯୋଗୁଁ ୫ଟି ପଞ୍ଚାୟତବାସୀଙ୍କ ଯାତାୟାତ ରାସ୍ତା ବନ୍ଦ ହେବା ସୂଚନା ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଅଞ୍ଚଳବାସୀ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ପଞ୍ଚାୟତ ଦେଇ ନିର୍ମାଣ ହେଉଥିବା ରେଳପଥ ଯୋଗୁଁ ତରଭା, ତାଳଗରୀ, ରେଙ୍ଗାଲୀ, ଗୋପୀନାଥପୁର ଭଳି ଗ୍ରାମକୁ ସଂଯୋଗ କରୁଥିବା ଆରଡି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହେବା ଆଶଙ୍କା ଦେଖାଦେଇଛି ।

ରାସ୍ତା ବନ୍ଦ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜିଲ୍ଲାର ୫ଟି ପଞ୍ଚାୟତକୁ ଏହି ରାସ୍ତା ସଂଯୋଗ କରେ । ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ପଞ୍ଚାୟତବାସୀ ବାରମ୍ବାର ରେଳ ବିଭାଗର ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ଶତାଧିକ ଲୋକେ ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ଠାରେ ଫେରାଦ ଦେଇଛନ୍ତି । ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଅବଗତ କରିବା ସହିତ ଏହାର ପ୍ରତିକାର ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.