ETV Bharat / state

ଖରଭୂଇଁର ଷ୍ଟୋନ କ୍ରସରକୁ ନେଇ ଆରୋପ ପ୍ରତ୍ୟାରୋପ

author img

By

Published : Oct 24, 2022, 1:48 PM IST

କ୍ରସର ସଂସ୍ଥା ଓ କ୍ରସର ବିରୋଧ ଆନ୍ଦୋଳନକାରୀ ମଧ୍ୟରେ ଲାଗିଛି ଛକା ପଞ୍ଝା । ଅନିଶ୍ଚିତତା ଘେରରେ କ୍ରସରର ଭବିଷ୍ୟତ ଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଅଧିକ ପଢନ୍ତୁ

ଖରଭୁଇଁ ଅଞ୍ଚଳର ଷ୍ଟୋନ କ୍ରସରକୁ ନେଇ ଆରୋପ ପ୍ରତ୍ୟାରୋପ

ବୌଦ୍ଧ: ଅନିଶ୍ଚିତତା ମଧ୍ୟରେ ଷ୍ଟୋନ କ୍ରସରର ଭାଗ୍ୟ । ଏନେଇ ପ୍ରଭାବିତ ହୋଇଛି ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ । ତେଣୁ କ୍ରସର ବିରୋଧ ଆନ୍ଦୋଳନର ନେତୃତ୍ବ ନେଉଥିବା ଶ୍ରମିକ ନେତା ଚାନ୍ଦା ଅସୁଲ ନେଇ ଅଭିଯୋଗ ଆଣିଛି କ୍ରସର ମାଲିକ ସଂଘ । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଅଞ୍ଚଳରେ ଥିବା ଷ୍ଟୋନ କ୍ରସର ଯୋଗୁଁ ଅଞ୍ଚଳର ପରିବେଶ ଉପରେ ଗଭୀର ପ୍ରଭାବ ପଡିବା ସହିତ ସ୍ବାସ୍ଥ୍ୟ ଗତ ସମସ୍ୟା ଲାଗି ରହୁଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରି ଆନ୍ଦୋଳନ କରି ଆସୁଛନ୍ତି ।

ତେବେ ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ଗତ ବର୍ଷ ଏସବୁ ପଥର କ୍ରସର ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ବର୍ତ୍ତମାନ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଓ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ମେଟାଲ ଚିପ୍ସର ଆବଶ୍ୟକତା ଦର୍ଶାଇ ଜିଲ୍ଲା ପ୍ରଶାସନ ପୁଣି ଥରେ ଉକ୍ତ କ୍ରସର ସବୁ ଚଲାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ସେପଟେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଖରଭୂଇଁ ଅଞ୍ଚଳବାସୀ । ତେବେ ଏହି କ୍ରସର ବିରୋଧ ଆନ୍ଦୋଳନର ନେତୃତ୍ବ ନେଉଥିବା ଶ୍ରମିକ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସମ୍ପୃକ୍ତ କ୍ରସର ସଂସ୍ଥା ଠାରୁ ଚାନ୍ଦା ସଂଗ୍ରହ କରୁଥିବା ଭଳି ଅଭିଯୋଗ ହୋଇଛି । ଏନେଇ ହରଭଙ୍ଗା କ୍ରସର ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଛି । ତେବେ ଏ ସମ୍ପର୍କରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏଭଳି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.