ETV Bharat / state

କେନ୍ଦୁପତ୍ର ତୋଳାଳୀଙ୍କ କଷ୍ଟ ବଢାଇଛି କୋରୋନା ଲକଡାଉନ - kendu leaf worker of boudh

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରୁଥିବା ଗରିବ ଲୋକ ଲକଡାଉନ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳି ବୃତ୍ତିରେ ଥିବା ଲୋକଙ୍କ ପକ୍ଷେ ଦୁଇ ଓଳି ଖାଦ୍ୟ ସଂଗ୍ରହ ମଧ୍ୟ କଷ୍ଟକର ହୋଇପଡିଛି । ଅଧିକ ପଢନ୍ତୁ...

କେନ୍ଦୁପତ୍ର ତୋଳାଳୀଙ୍କ କଷ୍ଟ ବଢାଇଛି କୋରୋନା ଲକଡାଉନ

author img

By

Published : May 30, 2020, 4:49 PM IST

ବୌଦ୍ଧ: କେନ୍ଦୁପତ୍ର ତୋଳି ଦିନକୁ ଯାହା ରୋଜଗାର ହୁଏ ସେଥିରେ ଏମାନଙ୍କ ଘରର ଚୁଲି ଜଳେ । ହେଲେ ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ ଜାରି ରହିଥିବା ଲକଡାଉନ ଯୋଗୁଁ ଏବେ କେନ୍ଦୁପତ୍ର ତୋଳାଳୀଙ୍କ ରୋଷେଇ ଘରେ ପକାଇ ଦେଇଛି ତାଲା । ଫଳରେ ଦୁଇ ଓଳି ଖାଇବା ସଂଗ୍ରହ କରିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି ।

କେନ୍ଦୁପତ୍ର ତୋଳାଳୀଙ୍କ କଷ୍ଟ ବଢାଇଛି କୋରୋନା ଲକଡାଉନ

ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରୁଥିବା ଗରିବ ଲୋକ ଲକଡାଉନ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଙ୍ଗଲରୁ ଦିନ ତମାମ ପରିଶ୍ରମ କଲେ ପଚାଶରୁ ଶହେ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ, କିନ୍ତୁ ଲକଡାଉନ ଯୋଗୁଁ ଏଭଳି ବୃତ୍ତିରେ ଥିବା ଲୋକଙ୍କ ପକ୍ଷେ ଦୁଇ ଓଳି ଖାଦ୍ୟ ସଂଗ୍ରହ ମଧ୍ୟ କଷ୍ଟକର ।

ବର୍ତ୍ତମାନ ସମୟରେ କେତେକ ସ୍ଥାନରେ ପତ୍ର ତୋଳାଳିମାନେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ କରି ନିକଟସ୍ଥ ପତ୍ର ଫଡିରେ ଦେଉଥିଲେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ପାଇପାରୁ ନାହାନ୍ତି । ଏଭଳି ଗରିବ ଲୋକଙ୍କ କଷ୍ଟ ବେଶ ବଢିଯାଇଥିବା ବେଳେ ଏମାନଙ୍କ ପାଇଁ ସରକାରୀ ସହାୟତା ନିତ୍ୟାନ୍ତ ଜରୁରୀ ହୋଇପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.