ETV Bharat / state

ବୌଦ୍ଧରେ ବିଜେଡିରେ ଅନ୍ତଃଦ୍ବନ୍ଦ, ବିଧାୟକଙ୍କୁ କର୍ମୀଙ୍କ ଖୋଲା ଚ୍ୟାଲେଞ୍ଜ

author img

By ETV Bharat Odisha Team

Published : Nov 29, 2023, 10:53 PM IST

Kantamala MLA Faced resistance: ବିଜେଡି ବିଧାୟକଙ୍କୁ ବିଜେଡିରୁ ବିରୋଧ । ବିଶାଳ ପରିବର୍ତ୍ତନ ସମାବେଶର ଆୟୋଜନ କରି ସ୍ଥାନୀୟ ବିଧାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦଳୀୟ ନେତା ଓ କର୍ମୀ । ଅଧିକ ପଢନ୍ତୁ

ବୌଦ୍ଧରେ ବିଜେଡିରେ ଅନ୍ତଃଦ୍ବନ୍ଦ, ବିଧାୟକଙ୍କୁ କର୍ମୀଙ୍କ ଖୋଲା ଚ୍ୟାଲେଞ୍ଜ
ବୌଦ୍ଧରେ ବିଜେଡିରେ ଅନ୍ତଃଦ୍ବନ୍ଦ, ବିଧାୟକଙ୍କୁ କର୍ମୀଙ୍କ ଖୋଲା ଚ୍ୟାଲେଞ୍ଜ
ବୌଦ୍ଧରେ ବିଜେଡିରେ ଅନ୍ତଃଦ୍ବନ୍ଦ, ବିଧାୟକଙ୍କୁ କର୍ମୀଙ୍କ ଖୋଲା ଚ୍ୟାଲେଞ୍ଜ

ବୌଦ୍ଧ: ବିଜେଡି ବିଧାୟକଙ୍କୁ ନିଜଗଡରେ ନିଜ ଦଳ ମଧ୍ୟରୁ ଶୁଣା ଗଲାଣି ବିଦ୍ରୋହର ପଦଧ୍ବନୀ । ଆଜି ବୌଦ୍ଧ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଜୋନରେ ବିଶାଳ ପରିବର୍ତ୍ତନ ସମାବେଶର ଆୟୋଜନ କରି ସ୍ଥାନୀୟ ବିଧାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦଳୀୟ ନେତା ଓ କର୍ମୀ । ଆଜି ଜିଲ୍ଲାର ଏକ ନମ୍ବର ଜୋନ ରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ପାଞ୍ଚ ହଜାର ନେତା ଓ କର୍ମୀ ଯୋଗ ଦେଇ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ମେଳି କରିବା ସହିତ ବିକାଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ଠାରୁ ଜିଲ୍ଲାର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳ ବିଶେଷ ଭାବରେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ବର୍ତ୍ତମାନ ଶାସକ ବିଜେଡ଼ି ଦଳରେ ବିରୋଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ଗଠିତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶାସକ ବିଜେଡ଼ି ଦଳ କୁ ନିଜ ଦଳର ବିଦ୍ରୋହୀ ତଥା ଅସନ୍ତୁଷ୍ଟ ନେତା କର୍ମୀଙ୍କୁ ସମ୍ମୁଖୀନ ହେବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ... ବୌଦ୍ଧରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଖେଳ ମହୋତ୍ସବ ଉଦଘାଟିତ, ଉତ୍ସାହିତ ଛାତ୍ରଛାତ୍ରୀ

ଆଜି କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ରିଙ୍ଗାପଡା ଠାରେ ବିଜେଡିର ଅସନ୍ତୁଷ୍ଟ ନେତା ଓ କର୍ମୀ ମାନେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇ ଦୁଇ ଥରର କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନେତୃତ୍ବକୁ ତୀବ୍ର ବିରୋଧ କରିଥିଲେ । ପରିବର୍ତ୍ତନ ସମାବେଶ ମାଧ୍ୟମରେ ବଉଦ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ବରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶହ ଶହ ବିଜେଡି ଦଳର ପୁରୁଖା ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଖୋଦ କଣ୍ଟାମାଳ ବିଧାୟକ ତଥା ବିଜେଡିର ଗଡ଼ ଭାବରେ ପରିଚିତ ଏକ ନମ୍ବର ଜୋନରେ ଆୟୋଜିତ ଏହି ପରିବର୍ତ୍ତନ ସମାବେଶ ଆଗକୁ ବେଶ ରୋଚକ ମୋଡ଼ ନେବ ବୋଲି ଆଶା ପ୍ରକାଶ ପାଇଛି । ସମାବେଶରେ ଅଞ୍ଚଳର ବହୁ ବରିଷ୍ଠ ବିଜେଡି ନେତା ଅଂଶ ଗ୍ରହଣ କରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିକାଶ କୁନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.