ବୌଦ୍ଧ: ଜିଲ୍ଲାର କଣ୍ଟାମାଳ ବ୍ଲକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ବ୍ଲକରେ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିଲେ ମଧ୍ୟ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳି ପାରୁନାହିଁ । ଫଳରେ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ।
ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଲାଗି ରହିଛି । ଏହାସହ ସାଙ୍ଗକୁ ଷ୍ଟାଫ କ୍ବାର୍ଟର, ଆବଶ୍ୟକ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନଥିବା ହେତୁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି । ସମସ୍ୟାକୁ ଖୋଦ କଣ୍ଟାମାଳ ବିଧାୟକ ପରୋକ୍ଷରେ ସ୍ବୀକାର କରିବା ସହିତ ମନମୁଣ୍ଡା ଠାରେ ଶିଶୁଙ୍କ ପାଇଁ ଏକ ଡାକ୍ତରଖାନା ଦଶ କୋଟି ଟଙ୍କାରେ ନିର୍ମାଣାଧୀନ ଥିବା ସେ କହିଛନ୍ତି । କଣ୍ଟାମାଳ ଡାକ୍ତରଖାନାରେ ମହିଳା ପ୍ରସୂତି ଡାକ୍ତରଙ୍କ ଅଭାବକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ