ETV Bharat / state

ଆଗେଇ ପାରୁନି ବିକାଶର ଧାରା, ତାଗିତ କଲେ ବିଧାୟକ - ଉନ୍ନୟନ ସମୀକ୍ଷା ବୈଠକ

କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଦୁର୍ନୀତି କାରଣରୁ ଆଗେଇ ପାରୁନି ବିକାଶର ଧାରା । ଏନେଇ ତାଗିଦ କଲେ କଣ୍ଟାମାଳ ବିଧାୟକ । ଅଧିକ ପଢନ୍ତୁ...

ଦୁର୍ନୀତି କାରଣରୁ ଆଗେଇ ପାରୁନି ବିକାଶର ଧାରା, ବିଧାୟକଙ୍କ ତାଗିତ

author img

By

Published : Aug 24, 2021, 7:25 AM IST

ବୌଦ୍ଧ: କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ୩୬ ଗୋଟି ଗ୍ରାମପଞ୍ଚାୟତ । ହେଲେ ଏହି ନିର୍ବାଚନମଣ୍ଡଳୀର ବିକାଶରେ ବାଧକ ସାଜିଛି ଗମନାଗମନର ସମସ୍ୟା । ବ୍ୟାପକ ଦୁର୍ନୀତି କାରଣରୁ ଆଗେଇ ପାରୁନି ବିକାଶର ଧାରା । ଏନେଇ ଗତକାଲି ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ବସିଥିଲା ଉନ୍ନୟନ ସମୀକ୍ଷା ବୈଠକ । ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇ ବିକାଶକୁ ନେଇ ଖୋଦ ବିଧାୟକ ଉଦବେଗ ପ୍ରକାଶ କରିଥିଲେ ।

ଦୁର୍ନୀତି କାରଣରୁ ଆଗେଇ ପାରୁନି ବିକାଶର ଧାରା, ବିଧାୟକଙ୍କ ତାଗିତ

ନିର୍ବାଚନ ମଣ୍ଡଳୀରେ ଏନଆରଇଜିଏସ କାର୍ଯ୍ୟରେ ସ୍ବଚ୍ଛତା ଓ ଗମନାଗମନର ସମସ୍ୟା ହେତୁ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଆଗେଇ ପାରୁ ନଥିବା ଚର୍ଚ୍ଚା ହେଉଛି । କଣ୍ଟାମାଳ ଅଞ୍ଚଳର ଅନେକ ସ୍ଥାନରେ ବ୍ୟାପକ ଦୁର୍ନୀତି ଯୋଗୁଁ ବାରମ୍ବାର ଜନ ଅସନ୍ତୋଷ ଦେଖାଦେଉଛି । ତେଲନଦୀ ଉପରେ ନିର୍ମାଣ ହେଉଥିବା ଏକାଧିକ ସେତୁ ମଧ୍ୟରୁ ଗୋଟିଏବି ଉପଯୁକ୍ତ ଭାବରେ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ସେପଟେ ସମୀକ୍ଷା ବୈଠକରେ ତୁରନ୍ତ ଅଞ୍ଚଳର ବିକାଶ ପାଇଁ ସମସ୍ତ ଜନହିତକର ପ୍ରକଳ୍ପ ଗୁଡିକୁ ଶେଷ କରିବା ପାଇଁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହ କଣ୍ଟାମାଳ ଅଞ୍ଚଳର ବିକାଶ ଜାରି ରହିଥିବା ବିଧାୟକ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.