ETV Bharat / state

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ

author img

By

Published : Nov 18, 2020, 7:22 PM IST

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଶାସନ ସହ ଆଲୋଚନା । ପଢନ୍ତୁ ଅଧିକ....

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ
ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କନ୍ଧମାଳ ସାଂସଦ

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । କରୋନା ସମୟରେ ବିଳମ୍ବ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ତ୍ବରାନ୍ବିତ ହେବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ଆଜି ଦିନିକିଆ ଗସ୍ତରେ ଆସି ଡ଼ ସାମନ୍ତ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ପ୍ରଥମେ ସାମନ୍ତ ଆଢେଣୀଗଡ ଠାରେ ପହଞ୍ଚି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ପରେ ପୁରୁଣାକଟକ ଠାରେ ଦେବୀ ମା ଭୈରବୀ ପୀଠର ଉନ୍ନତି ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଲୁଣିବାହାଲ ଠାରେ ପ୍ରସ୍ତାବିତ କିସ ବିଦ୍ୟାଳୟ ଅଞ୍ଚଳକୁ ବୁଲି ଦେଖିଥିଲେ । ସାମନ୍ତ ବୌଦ୍ଧ ସର୍କିଟ ହାଉସ ଠାରେ ଦଳୀୟ କର୍ମୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ଜିଲ୍ଲା ପ୍ରଶାସନ ସହ କରୋନା ସମୟରେ ଧିମା ପଡିଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କିଭଳି ଅଗ୍ରଗତି ହୋଇପାରିବ ସେନେଇ ଆଲୋଚନା କରିଥିଲେ । ପରେ ସାଂସଦ ତେଲିବନ୍ଧ ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.