ETV Bharat / state

ବୁଟୁପାଲିର ସ୍ବତନ୍ତ୍ର ଜୁହାର ଭେଟ ପରମ୍ପରା - ଗଣପର୍ବ ନୂଆଁଖାଇ

ବୌଦ୍ଧ ଜିଲ୍ଲା ବୁଟୁପାଲିରେ ପାଳିତ ହୋଇଛି ନବାନ୍ନ ପର୍ବ । ଏହାସହ ସ୍ବତନ୍ତ୍ର ଭାବେ ପାଳିତ ହୋଇଛି ଜୁହାର ଭେଟ ପରମ୍ପରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 3, 2019, 11:31 PM IST

ବୌଦ୍ଧ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଏକ ସ୍ବତନ୍ତ୍ର ଅଧ୍ୟାୟ ହେଉଛି ଜୁହାର ଭେଟ ପରମ୍ପରା । ନୂଆ ଚାଉଳରୁ ପ୍ରସ୍ତୁତ ଭୋଗ ଦେବାଦେବୀଙ୍କ ନିକଟରେ ସମର୍ପଣ ପରେ ନିଜ ପରିବାର ସହ ଆନନ୍ଦରେ ନବାନ୍ନ ଭକ୍ଷଣ କରନ୍ତି ସଭିଏଁ । ଏହାପରେ ଆରମ୍ଭ ହୁଏ ଜୁହାର ଭେଟ କାର୍ଯ୍ୟକ୍ରମ । ଆଉ ଏହି ଧାରାରେ ବୌଦ୍ଧ ଜିଲ୍ଲାର ବୁଟୁପାଲିରେ ଅନୁଷ୍ଠିତ ଜୁହାର ଭେଟ ପରମ୍ପରା ଟିକେ ନିଆରା ।

ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ମଙ୍ଗଳବାର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଆରାଧ୍ୟ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ପରେ ଅପରାହ୍ନରେ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠରେ ବିଧି ମୁତାବକ ନବାନ୍ନ ଲାଗି ହୋଇଥିଲା । ଆଉ ସଂଧ୍ୟାରେ ଆୟୋଜିତ ହୋଇଥିଲା ଜୁହାର ଭେଟ କାର୍ଯ୍ୟକ୍ରମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ଗ୍ରାମର ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନବାନ୍ନ ଭକ୍ଷଣ ପରେ ରାଜରାସ୍ତାକୁ ଓହ୍ଲାଇ ଆସି ଜୁହାର ଭେଟ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି । ରାସ୍ତା ଅବରୋଧ ଭଳି ଦୃଶ୍ୟମାନ ହେଉଥିବା ଏହି ଅନନ୍ୟ ପରମ୍ପରା ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକେ ଏହି ଅବସରରେ ଗାଁକୁ ଆସି ନବାନ୍ନ ଗ୍ରହଣ ସହ ଜୁହାର ଭେଟରେ ସାମିଲ ହୋଇଥାନ୍ତି । ଏହି ଜୁହାର ଭେଟ ପରମ୍ପରା ବୁଟୁପାଲିକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାର ଗଣପର୍ବରେ ଏକ ସ୍ବତନ୍ତ୍ର ଅଧ୍ୟାୟ ହେଉଛି ଯୁହାର ଭେଟ ପରମ୍ପରା ।ନୂଆ ଚାଉଳରୁ ପ୍ରସ୍ତୁତ ଭୋଗ ଦେବାଦେବୀଙ୍କ ନିକଟରେ ସମର୍ପଣ ପରେ ନିଜ ପରିବାର ସହ ଆନନ୍ଦରେ ନବାନ୍ନ ଭକ୍ଷଣ କରିବା ପରେ ଯୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।ଆଉ ଏହି ଧାରାରେ ବୌଦ୍ଧ ଜିଲ୍ଲାର ବୁଟୁପାଲି ରେ ଅନୁଷ୍ଠିତ ଯୁହାର ଭେଟ ପରମ୍ପରା ଟିକେ ନିଆରା ।ଏସମ୍ପର୍କରେ ଆମେ ଅଧିକ ଜାଣିବାକୁ ଈଟିଭି ଭାରତ ପହଞ୍ଚିଥିଲା ବୁଟୁପାଲି ଠାରେ ।
ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଗଣପର୍ବ ନୂଆଖାଇ ।ମଙ୍ଗଳବାର ଭାଦ୍ରବ ପଞ୍ଚମୀ ଅବସରରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଆରାଧ୍ୟ ଦେବୀ ଭୈରବୀ ଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା ।ପରେ ଅପରାହ୍ନ ରେ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀ ପୀଠରେ ବିଧଗ ମୁତାବକ ନବାନ୍ନ ଲାଗି ହୋଇଥିଲା ।ଆଉ ସଂଧ୍ୟାରେ ଆୟୋଜିତ ହୋଇଥିଲା ଯୁହାର ଭେଟ କାର୍ଯ୍ୟକ୍ରମ ।ଏହି ଧାରାରେ ବୌଦ୍ଧ ଜିଲ୍ଲାର ବୁଟୁପାଲି ଠାରେ ପ୍ରତ୍ୟେକ ବର୍ଷ ଯୁହାର ଭେଟ ଆୟୋଜନ କରାଯାଇଥାଏ ।
ବୁଟୁପାଲି ର ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ନବାନ୍ନ ଭକ୍ଷଣ ପରଜ ରାଜରାସ୍ତାକୁ ଓହ୍ଲାଇ ଆସି ଏହି ଯୁହାର ଭେଟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥାନ୍ତି ।ରାସ୍ତା ଅବରୋଧ ଭଳି ଦୃଶ୍ୟମାନ ହେଉଥିବା ଏହି ଯୁହାର ଭେଟ ଅତ୍ୟନ୍ତ ଆକର୍ଷଣୀୟ ।ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋକମାନେ ଏହି ଅବସରରେ ଗାଁ କୁ ଆସି ନବାନ୍ନ ଗ୍ରହଣ ସହ ଯୁହାର ଭେଟରେ ସାମିଲ ହୋଇଥାନ୍ତି ।ଏହି ଯୁହାର ଭେଟ ବୁଟୁପାଲି କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ ।

Body:ବୁଟୁପାଲି ର ନିଆଳା ଯୁହାର ଭେଟ ପରମ୍ପରା ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.