ETV Bharat / state

ବାଟ ହୁଡ଼ିଛି ମନରେଗା ଓ ଖାଦ୍ୟ ସୁରକ୍ଷା ଯୋଜନା - MGNREGA SCHEME IN BOUDH DISTRICT

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଓ ଖାଦ୍ୟ ସୁରକ୍ଷା ଆଇନର ବ୍ୟାପକ ଚଞ୍ଚକତା କରାଯାଇଥିବା ନେଇ ଧରାପଡିଛି ସୋସିଆଲ ଅଡିଟରେ । ଜିଲ୍ଲା ପ୍ରଶାସନ ଏନେଇ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତା ଉପରେ ସମସ୍ତଙ୍କ ନଜର । ଅଧିକ ପଢ଼ନ୍ତୁ

ବାଟ ହୁଡ଼ିଛି ମନରେଗା ଓ ଖାଦ୍ୟ ସୁରକ୍ଷା ଯୋଜନା

author img

By

Published : Mar 31, 2022, 7:09 PM IST

ବୌଦ୍ଧ: ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ସୋସିଆଲ ଅଡିଟରେ ଧରାପଡିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକ ଅନ୍ତର୍ଗତ 69 ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ମନରେଗା ଯୋଜନା ବାଟ ହୁଡିଥିବା ଅଭିଯୋଗ ହୋଇଛି ।

ବାଟ ହୁଡ଼ିଛି ମନରେଗା ଓ ଖାଦ୍ୟ ସୁରକ୍ଷା ଯୋଜନା

ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ହଡପ ହେଉଥିବା ଜଣାପଡିଛି । ଏସବୁ ଯୋଜନାରେ ବଡ଼ବଡ଼ିଆ ଲୋକଙ୍କ ନାଁ ରହିଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ଥିବା ଜଣାପଡ଼ିଛି । ମନରେଗା କାର୍ଯ୍ୟରେ ମେସିନ ବ୍ୟବହାର ଏକ ସାଧାରଣ କଥା । କାମ ଧନ୍ଦା ଅଭାବରୁ ଅନେକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ସେପଟେ ଏଭଳି ସାମାଜିକ ସମୀକ୍ଷା ବୈଠକରେ ଉପଯୁକ୍ତ ହିତାଧିକାରୀଙ୍କୁ ଡକାନଯାଇ ବ୍ଲକ ପ୍ରଶାସନ ନିଜ ନିଜ ମଧ୍ୟରେ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ନାପସନ୍ଦ କରାଯାଇଛି । ତେବେ ସାମାଜିକ ସମୀକ୍ଷାରେ ଜିଲ୍ଲାର ଏତେ ସବୁ ଅନିୟମିତତା ଧରାପଡିଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ବିରୋଧରେ କିଭଳି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାର ବାକି ରହିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.