ETV Bharat / state

ଭୋଟ ନ ଦେବାରୁ ମିଳିଲାନି ଘର

author img

By

Published : Jan 31, 2021, 8:07 AM IST

ବୈଦ୍ଧ ଜିଲ୍ଲାରେ ତିନୋଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଆବାସ ଯୋଜନାରେ ଦୁର୍ନୀତି
ଆବାସ ଯୋଜନାରେ ଦୁର୍ନୀତି

ବୌଦ୍ଧ: ଭୋଟ ନାହିଁ ତ ଘର ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଫର୍ଦ୍ଦ ଯୋଡି ହେଉଛି । ଭୋଟ ନ ଦେବାରୁ ପ୍ରକୃତ ହିତାଧିକାରୀଙ୍କ ନାମ ଆବାସ ଯୋଜନାରୁ କାଟି ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ତରଭା ଓ ତୁତୁମସିଂ ଗ୍ରାମରେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲାରେ ତିନୋଟି ବ୍ଲକରେ ବାରମ୍ବାର ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି । ନିର୍ବାଚନ ସମୟରେ ବିରୋଧୀ ଦଳ ସହିତ ଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ । ଭୋଟ ନ ଦେବାରୁ ବ୍ରାହ୍ମଣୀପାଲି ପଞ୍ଚାୟତ ତରଭା ଗ୍ରାମର ଧନୁ ଦେହୁରୀଙ୍କ ନାମ ଆବାସ ଯୋଜନାରୁ କାଟି ଦିଆଯାଇଛି ।

ସେହିପରି ଜିଲ୍ଲାର ଟିକରପଡା ପଞ୍ଚାୟତ ତୁତୁମସିଂ ଗାଁର ଜଣେ ଅସହାୟ ବୃଦ୍ଧାଙ୍କୁ ଏ ଯାଏଁ ଘର ଖଣ୍ତିଏ ମିଳିନାହିଁ । ଜିଲ୍ଲାରେ ତିନି ତିନିଟି ପଞ୍ଚାୟତରେ ଆବାସ ଯୋଜନା ନେଇ ଅବ୍ୟବସ୍ଥା ଦେଖା ଦେଇଛି । ଲୋକେ ସରକାରଙ୍କ ତରଫରୁ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି । ହେଲେ ପ୍ରଶାସନ ତରଫରୁ ଏ ଯାଏଁ କିଛି ପଦକ୍ଷେପ ନିଆଯାଇ ନାହିଁ ।

ଏନେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ ହୋଇଛି । ଆବାସ ଯୋଜନାକୁ ନେଇ ରାଜନୀତି କରାଯାଇଥିବାରୁ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଏନେଇ ତଦନ୍ତ କରାଯାଇ ଯୋଗ୍ୟ ହାତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.