ETV Bharat / state

ପ୍ରହସନ ପାଲଟିଛି ସାମାଜିକ ସୁରକ୍ଷା ଯୋଜନା, ଗୁହାରି ପରେ ବି ସୌରୀଙ୍କୁ ମିଳୁନି ସହାୟତା - Irregularities in social security scheme

ବୌଦ୍ଧ ଜିଲ୍ଲାରେ ବଟବଣା ହୋଇଛି ସମାଜିକ ସୁରକ୍ଷା ଯୋଜନା । ଏବେ ବି ଯୋଜନାରେ ଜିଲ୍ଲାରେ ଅନେକ ଭିନ୍ନକ୍ଷମ,ବୃଦ୍ଧବୃଦ୍ଧା, ବିଧବା ମହିଳା ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

efr
ବୌଦ୍ଧରେ ବାଟବଣା ସାମାଜିକ ସୁରକ୍ଷା ଯୋଜନା
author img

By

Published : Apr 25, 2021, 12:32 PM IST

ବୌଦ୍ଧ: ଗରିବ ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ଖାଲି ଖାଲିରେ ରହିଛି ସମସ୍ତ ଯୋଜନା । ବୌଦ୍ଧ ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ବଟବଣା ହୋଇଥିବା ଦେଖିବାକୁ ମିଳିଛି । ଏବେ ବି ଯୋଜନାରେ ଜିଲ୍ଲାରେ ଅନେକ ଭିନ୍ନକ୍ଷମ,ବୃଦ୍ଧବୃଦ୍ଧା, ବିଧବା ମହିଳା ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ବାଟବଣା ସାମାଜିକ ସୁରକ୍ଷା ଯୋଜନା

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର 69 ଗୋଟି ପଞ୍ଚାୟତ ମଧ୍ୟରୁ ଅନେକ ସ୍ଥାନରେ ସାମାଜିକ ସୁରକ୍ଷା ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ସରକାର ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା, ବିଧବା ଓ ଅନ୍ୟାନ୍ୟ ଅସହାୟଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସହାୟତା ଯୋଗାଇ ଦେଉଛନ୍ତି କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନା ଠିକରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଦେଖାଯାଇଛି ।

ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତ ଦାମୋଦରପୁର ଗ୍ରାମର ସୌରୀ ବାଘଙ୍କ ଅବସ୍ଥାରୁ ଜିଲ୍ଲାର ସାମାଜିକ ସୁରକ୍ଷା ଯୋଜନା କେତେ ସଫଳ ତାହା ବାରି ହୋଇ ପଡୁଛି । 10 ବର୍ଷ ତଳେ ସୌରୀଙ୍କର ସ୍ବାମୀଙ୍କର ମୃତ୍ୟୁ ହୋଇଛି । ସାମାଜିକ ସୁରକ୍ଷା ଯୋଜନା ଅନୁସାରେ ସୌରୀଙ୍କୁ ବିଧବା ଭତ୍ତା ମିଳିବା କଥା । ହେଲେ 10ବର୍ଷ ବିତି ଯାଇଥିଲେ ବି ସୁରକ୍ଷା ଯୋଜନାରେ ଉପକୃତ ହୋଇ ନାହାନ୍ତି ସୌରୀ । ଏନେଇ ବାରମ୍ବାର ପଞ୍ଚାୟତରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ସୌରୀ । ଖାଲି ସୌରୀ ନୁହନ୍ତି ଜିଲ୍ଲାର ଅନେକ ପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନା ଅର୍ଥ ଆତ୍ମସାତ ହେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ ।

ଖାଲି ମାଳମାଳ ଯୋଜନା କରି ଦେଲେ ହେବନି ଏହି ଯୋଜନାରେ ପ୍ରକୃତ ହିତାଧିକାରୀ ଉପକୃତ ଦେଉଛନ୍ତି କି ତାହା ଉପରେ ମଧ୍ୟ ସରକାର ଧ୍ୟାନ ଦେବା ଦରକାର । ତେବେ ବୌଦ୍ଧ ଜିଲ୍ଲାରେ ଏହି ସମସ୍ୟାରେ ସମାଧାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.