ବୌଦ୍ଧ: ନିରାଶ୍ରୟ ମହିଳାଙ୍କୁ ସ୍ବଧାର ଗୃହରେ ପାତର ଅନ୍ତର ଅଭିଯୋଗ । ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳା ଏନେଇ ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପରେ ସାମାଜିକ ସୁରକ୍ଷା ଅଧିକାରୀ ଏହାର ତଦନ୍ତ କରିଛନ୍ତି ।
ସୂଚନା ମୁତାବକ, ଜଣେ ଯୁବତୀ ପ୍ରେମବିବାହ କରିଥିବାରୁ ବାପଘର ଲୋକେ ତାଙ୍କୁ ପର କରିଥିଲେ । ହେଲେ ପରେ ହାତ ଧରିଥିବା ସ୍ବାମୀ ମଧ୍ୟ କୋଳରେ ଏକ କନ୍ୟା ସନ୍ତାନ ରଖି ଅନ୍ୟତ୍ର ଚାଲିଗଲା । ଫଳରେ ଅସହାୟ ମହିଳା ଦୀର୍ଘ ଦିନ ହେଲା ସ୍ବଧାର ଗୃହରେ ଆଶ୍ରୟ ନେଇଛନ୍ତି । ତେବେ ମହିଳାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ମିଳୁନଥିବା ନେଇ ସମ୍ପୃକ୍ତ ମହିଳା ଜଣକ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଫଳରେ ବୁଧବାର ସାମାଜିକ ସୁରକ୍ଷା ଅଧିକାରୀ ସ୍ବଧାର ଗୃହରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି । ଅସହାୟ ମହିଳା ଜଣକ ନିଜ ଦୁଃଖ କାହାଣୀ କହିଥିବା ବେଳେ ସ୍ବଧାର ସଂସ୍ଥାର ସଂପାଦକ ଏହାର ଉତ୍ତର ରଖିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ