ETV Bharat / state

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ସୁସ୍ଥ ନିରାମୟ ଜୀବନ ପାଇଁ ବାର୍ତ୍ତା - ଖରାଛୁଟି ପରେ କୋଲିଲା ସ୍କୁଲ

ଆଜି ବିଶ୍ୱ ଯୋଗ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗର ବାର୍ତ୍ତା ପ୍ରଚାର କରାଯାଇଛି । ସେପଟେ ଖରାଛୁଟି ପରେ ଜିଲ୍ଲାରେ ସ୍କୁଲ ଖୋଲିଥିବାବେଳେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଆୟୋଜନ କରିଥିଲେ ଶିକ୍ଷକ ଶିକ୍ଷୟତ୍ରୀ। ଅଧିକ ପଢନ୍ତୁ

ସୁସ୍ଥ ନିରାମୟ ଜୀବନ ପାଇଁ ବାର୍ତ୍ତା
ସୁସ୍ଥ ନିରାମୟ ଜୀବନ ପାଇଁ ବାର୍ତ୍ତା
author img

By

Published : Jun 21, 2023, 7:11 PM IST

ସୁସ୍ଥ ନିରାମୟ ଜୀବନ ପାଇଁ ବାର୍ତ୍ତା

ବୌଦ୍ଧ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୁସ୍ଥ ତଥା ନିରାମୟ ଜୀବନ ନିମନ୍ତେ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ମହାନଦୀବିହାର ପାର୍କଠାରୁ ନେଇ ଜିଲ୍ଲା କୋର୍ଟ ମଧ୍ୟରେ ଯୋଗର ଆୟୋଜନ କରାଯାଇଥିଲା । ଏପରିକି ଟଙ୍କା SBI ମୁଖ୍ୟ ଶାଖା ପରିସରରେ ମଧ୍ୟ ସ୍ବତନ୍ତ୍ର ଯୋଗ କକ୍ଷ କରାଯିବା ସହ ଯୋଗାଭ୍ୟାସ ହୋଇଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସମେତ ବୌଦ୍ଧ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଯୋଗ ଦିବସକୁ ପାଳନ କରିଥିଲେ ।

ଯୋଗଦ୍ବାରା ଶାରୀରିକ ଓ ମାନସିକ ସୁସ୍ଥତା ଆସୁଥିବାବେଳେ ଚଳିତ ବର୍ଷ ଏହି ଅନ୍ତର୍ଜାତୀୟ ଯୋଗ ଦିବସ 9 ବର୍ଷରେ ପହଞ୍ଚିଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାର ବିଭିନ୍ନ ସଂଗଠନ, ବିଜେପିର ବିଭିନ୍ନ ମଣ୍ଡଳରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେପଟେ ଆଜି ଭଳି ଦିନରେ ଜିଲ୍ଲାକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗସ୍ତ କରିଛନ୍ତି । ସିଇଓ ବୌଦ୍ଧର ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସ୍ଥଳରେ ପହଞ୍ଚି ସେସବୁ ପରିଦର୍ଶନ କରିଥିବାବେଳେ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସର୍କିଟ ହାଉସ ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ସୂଚନା ମିଳିଛି ।

ଅପରପକ୍ଷେ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ସତ୍ତ୍ୱେ ସରକାରଙ୍କ ନିଷ୍ପତ୍ତିକ୍ରମେ ଆଜି ସମସ୍ତ ବିଦ୍ୟାଳୟ ଖୋଲିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସରକାରଙ୍କ ନିଷ୍ପତ୍ତିକ୍ରମେ ଖରାଛୁଟି ପରେ ଆଜି ଠାରୁ ସମସ୍ତ ବିଦ୍ୟାଳୟ ଖୋଲିଛି । ତେବେ ବୌଦ୍ଧ ଜିଲ୍ଲାରେ ତାପମାତ୍ରା 42 ଡିଗ୍ରୀ ଉପରେ ରହିଥିବାବେଳେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିଥିବା ମଧ୍ୟ ଦେଖିବାକୁ ମିଳିଛି ।

ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ତେବେ ଅନେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସି ନଥିବା ପରିଲକ୍ଷିତ ହୋଇଥିଲା । ତେଣୁ ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସାମାନ୍ୟ କମ୍ ଥିବା କହିଛନ୍ତି ଶିକ୍ଷୟତ୍ରୀ। ଏହାସହ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟରେ ହଠାତ ପହଞ୍ଚି ତଦାରଖ କରିଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.