ETV Bharat / state

ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ, ଥରହର ସରକାରୀ କର୍ମଚାରୀ

ଜିଲ୍ଲା ଶିକ୍ଷା ବିଭାଗରେ ବଦଳି କୁନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଯାଞ୍ଚ ପରେ ଅନେକ ଅନିୟମିତତା ହୋଇଥିବା ପଦାକୁ ଆସିଛି । ଅଧିକ ପଢନ୍ତୁ

ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ
ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ
author img

By

Published : Nov 9, 2022, 8:42 AM IST

ବୌଦ୍ଧ: ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ । ଥରହର ଦୁର୍ନୀତିଗ୍ରସ୍ତ ଅଧିକାରୀ । କେଉଁ ଅଧିକାରୀଙ୍କ ଉପରେ ପଡିବ ଜିଲ୍ଲା ପ୍ରଶାସନର ଛାଡ ସେନେଇ ଭୟରେ ସରାକାରୀ ଅଫିସର । ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିଛନ୍ତି । ଆଉ ଏଥିରେ ଅନେକ ଅନିୟମିତତା ଥିବା ତଥ୍ୟ ପଦାକୁ ଆସିଛି । ଅନେକ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ଠିକ ସମୟରେ ଆସୁ ନଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ବ୍ୟାପକ ସମସ୍ୟା ଘେରରେ ରହିଥିବା ଜଣାପଡିଛି । ସେହିପରି କେତେକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ।

ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ

ଦୀର୍ଘଦିନ ହେଲା ଜିଲ୍ଲା ଶିକ୍ଷା ବିଭାଗରେ ବଦଳି କୁନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳଙ୍କ ଏଭଳି ଦୁର୍ନୀତି ତଥା ଅନିୟମିତତା ବିରୋଧରେ କଠୋର ଆଭିମୁଖ୍ୟ କୁନେଇ ସବୁଆଡେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ପୂର୍ବରୁ ଜିଲ୍ଲାପାଳ ରକ୍ସା ପଞ୍ଚାୟତର ପିଇଓଙ୍କୁ ଆର୍ଥିକ ଅନିୟମିତତାକୁ ନେଇ ନିଲମ୍ବିତ କରିଥିବା ବେଳେ ଜିଲ୍ଲାରେ ମନରେଗା, ଆବାସ ଦୁର୍ନୀତି କୁନେଇ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ-ମନ୍ଦିର ଯାଇଥିଲେ ମାଆ ଜୀବନ ହାରିଲା ଝିଅ, ଶିଖରଚଣ୍ଡିରେ BCA ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସେପଟେ ଜିଲ୍ଲାର ଭିଜିଲାନ୍ସ ବିଭାଗ ଦୁର୍ନୀତି ବିରୋଧରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କେବଳ ଔପଚାରିକତା ଦୃଷ୍ଟିରୁ ଭିଜିଲାନ୍ସ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ନୀତି ବିରୋଧରେ ଶପଥ ପାଠ କରାଇ ହାତ ଟେକି ଦେଇଛି । ଶନିବାର ଦୁର୍ନୀତି ନିବାରଣ ସପ୍ତାହର ଶେଷ ଦିନରେ ବିଭାଗ ପକ୍ଷରୁ ସଚେତନତା ରାଲି ଓ ଶପଥ ପାଠ ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.