ବୌଦ୍ଧ :କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ଚାପମୁକ୍ତ ରଖିବାକୁ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ସ୍ବେଚ୍ଛାସେବୀଙ୍କ ଅନନ୍ୟ ପ୍ରୟାସ । ଯୋଗ ପ୍ରାଣାୟାମ ମାଧ୍ୟମରେ ଅନ୍ତେବାସୀଙ୍କୁ ମାନସିକ ତଥା ଶାରୀରିକ ସୁସ୍ଥ ରଖିବାକୁ ଚେଷ୍ଟା କରାଯାଉଛି । ସେହିପରି ଲକଡାଉନ ସମୟରେ ଛୋଟ ଛୁଆଙ୍କ ଅନ୍ତର୍ନିହିତ କଳାର ବିକାଶ ପାଇଁ ଅନଲାଇନରେ ଡାନ୍ସ ପ୍ରତିଯୋଗିତା ହେଉଛି ।
ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ କ୍ବାରେଣ୍ଟାଇନ ସେଣ୍ଟର ରେ ଅନ୍ତେବାସୀଙ୍କୁ ଯୋଗ,ପ୍ରାଣାୟାମ ଓ ବ୍ୟାୟାମ ଶିକ୍ଷା ପ୍ରଦାନ କରାଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଥିବା ପ୍ରବାସୀ ଓଡିଆଙ୍କୁ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ କିଛି ଯୁବ ସ୍ବେଚ୍ଛାସେବୀ ଏଭଳି ପଦକ୍ଷେପ ନେଇଛନ୍ତି । ସେହିପରି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାର ବିକାଶ ପାଇଁ ବୌଦ୍ଧ ର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ ପକ୍ଷରୁ ଅନଲାଇନ ମାଧ୍ୟମରେ ଇ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଭଳି ନିଆରା କାର୍ଯ୍ୟକ୍ରମ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ