ବୌଦ୍ଧ : କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ସହ ସମ୍ମାନ ଉଦ୍ଦେଶ୍ୟରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଭିନବ ପ୍ରୟାସ । ବିଗତ ପାଞ୍ଚ ବର୍ଷ ହେଲା ଅଚ୍ୟୁତ ସାମନ୍ତ ‘କନ୍ୟା କିରଣ’ କାର୍ଯ୍ୟକ୍ରମ ନିଜ ହାତକୁ ନେଇଛନ୍ତି । ଏହି ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ଭାବରେ କନ୍ୟା ସନ୍ତାନଙ୍କ ଶିକ୍ଷା, ସୁରକ୍ଷା ଓ ସମ୍ମାନ ନିମନ୍ତେ ସମାଜର ସମସ୍ତ ବର୍ଗ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଥିଲା ।
ବିଶେଷ ଭାବରେ ସାରା ରାଜ୍ୟରେ ବାଲ୍ୟ ବିବାହକୁ ନେଇ ବୌଦ୍ଧ ଜିଲ୍ଲାର ସ୍ଥିତି 23 ପ୍ରତିଶତରୁ ଅଧିକ ରହିଥିବାରୁ ଅତିଥି ମାନେ ଗଭୀର ଉଦବେଗ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ବେହେରା, କିଶୋରୀ ବିଶେଷଜ୍ଞ ରୀତାଞ୍ଜଳୀ ସ୍ବାଇଁ ଓ ଅଧ୍ୟାପକ ପ୍ରବୀର କୁମାର ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ଦୁଇ କୃତି ଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ