ETV Bharat / state

ଜିଲ୍ଲାରେ କମୁଛି ସଂକ୍ରମଣ ହାର, ବନ୍ଦ ହେଉନାହିଁ ମୃତ୍ୟୁ

ବୌଦ୍ଧ ଜିଲ୍ଲାରେ କମୁଛି କରୋନା ସଂକ୍ରମଣ ହାର, ହେଲେ ମୃତ୍ୟୁ ପୂର୍ବ ଭଳି ଲାଗି ରହିଛି । ଏଭଳି ସମୟରେ ଯୁବ ବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିବାରୁ ଆନନ୍ଦ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

author img

By

Published : Jun 7, 2021, 7:06 PM IST

ଜିଲ୍ଲାରେ କମୁଛି ସଂକ୍ରମଣ ହାର, ବନ୍ଦ ହେଉନାହିଁ ମୃତ୍ୟୁ
ଜିଲ୍ଲାରେ କମୁଛି ସଂକ୍ରମଣ ହାର, ବନ୍ଦ ହେଉନାହିଁ ମୃତ୍ୟୁ

ବୌଦ୍ଧ: ଜିଲ୍ଲାରେ ଦଶ ଦିନ ହେଲା କରୋନା ସଂକ୍ରମଣର ଗ୍ରାଫ ଧିରେଧିରେ ଖସିବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ 15 ଦିନ ତଳେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ହେବାକୁ ବସିଥିବାବେଳେ ଗତ କିଛି ଦିନ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଇଛି ।

ଆଜି(ସୋମବାର) ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 112 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ଡିଗି ଗ୍ରାମରୁ 21 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ କିନ୍ତୁ, ମୃତ୍ୟୁ ହାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇନାହିଁ । ଫଳରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ।

ତେବେ ଏଭଳି ସମୟରେ ବୌଦ୍ଧ ପୌରାଞ୍ଚଳରେ ଅଠର ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଟିକାଦାନ ବ୍ୟବସ୍ଥା ଯୋଗୁଁ ଯୁବ ବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ତେବେ ଏହି ଟୀକାକରଣ ଗ୍ରାମାଞ୍ଚଳରେ କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ନଥିବାବେଳେ ବୌଦ୍ଧ ଜିଲ୍ଲାର ତିନି ବ୍ଲକରେ ଯୁବ ବର୍ଗଙ୍କ ପାଇଁ ଏହି ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.