ETV Bharat / state

ମାଓ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଅବ୍ୟବସ୍ଥାରେ ପାଠପଢା - education problem in remote anugubha village

ସର୍ବଶିକ୍ଷା ଅଭିଯାନରେ ସଭିଁଏ ପଢିବେ, ସଭିଁଏ ବଢିବେ । ହେଲେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଅଚଳ ହୋଇପଡିଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

education problem in remote anugubha village
ମାଓ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଅବ୍ୟବସ୍ଥାରେ ଚାଲିଛି ପାଠପଢା
author img

By

Published : Mar 3, 2020, 11:22 AM IST

ବୌଦ୍ଧ: ମାଓ ଅଧ୍ୟୁଷିତ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ନାନା ସମସ୍ୟାରେ ଛନ୍ଦି ହୋଇଥିବା ବିଦ୍ୟାଳୟ ସମ୍ପର୍କରେ ଗୁହାରୀ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅନୁଗୁଭା ଗାଁରେ ।

ମାଓ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଅବ୍ୟବସ୍ଥାରେ ଚାଲିଛି ପାଠପଢା

ଗାଁଟି ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏହି ଅଞ୍ଚଳକୁ ପ୍ରାୟ କୌଣସି ସରକାରୀ ଅଧିକାରୀ କିମ୍ବା ବହିରାଗତ ଲୋକଙ୍କ ଚଳପ୍ରଚଳ ହୁଏନାହିଁ । ଫଳରେ ଏଠାରେ ବାଟ ହୁଡିଛି ସରକାରୀ ଯୋଜନା ।

ତେବେ ଗାଁରେ ପନ୍ଦର ବର୍ଷ ତଳେ ନିର୍ମାଣ ହୋଇଥିବା ଏକ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ନ କହିଲେ ଭଲ । ଏଠାରେ ମାତ୍ର 27ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଏମାନଙ୍କ ପାଇଁ ଅଛନ୍ତି ମାତ୍ର 2ଜଣ ଶିକ୍ଷକ । ସ୍କୁଲ କଠୋରୀକୁ ନ ଦେଖିଲେ ଜାଣିହେବନି କିଭଳି ଅବସ୍ଥା ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲର ଚଟାଣ ନାଁ ପକ୍କା ହୋଇଛି ନା କବାଟ ଝରକା ଲାଗିଛି । ସ୍କୁଲ ଛାତ ଅବସ୍ଥା ଭଲ ନଥିବାରୁ ମାଟି ବାରଣ୍ଡାରେ ଚାଲେ ପାଠପଢା ।

ଖାଲି ପାଠପଢା ନୁହେଁ, ସେଇଠି ହିଁ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲାଏ । ସମସ୍ୟା ସେତିକିରେ ସୀମିତ ହୋଇନାହିଁ, ବିଦ୍ୟାଳୟରେ ଥିବା ଗୋଟିଏ ମାତ୍ର ନଳକୂପ ଦୀର୍ଘ ଦିନରୁ ଅଚଳ ହୋଇ ପଡିଛି । ଏ ସମ୍ପର୍କରେ ଗ୍ରାମବାସୀ ଦୀର୍ଘଦିନ ହେଲା ଅନେକ ସରକାରୀ ବାବୁ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ତୁରନ୍ତ ଏହି ଉପାନ୍ତ ଅଞ୍ଚଳର ବିଦ୍ୟାଳୟ ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.