ETV Bharat / state

Mission Green Clean ଅଭିଯାନରେ ଅବକାରୀ ଓ ପୋଲିସ ବିଭାଗ

author img

By

Published : Dec 4, 2021, 10:30 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜମିରେ କପା ଚାଷ ନାଁରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ । ଅଧିକ ପଢନ୍ତୁ

illegal-ganja-seize
ମିଶନ କ୍ଲିନ ଗ୍ରୀନରେ ଲାଗିଛି ଅବକାରୀ ଓ ପୋଲିସ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜମିରେ କପା ଚାଷ ନାଁରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ । ତେବେ ଚଳିତ ବର୍ଷ ଜିଲ୍ଲାରୁ ଏହି ସବୁଜ ଜହରର ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଉଭୟ ପୋଲିସ ଓ ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଗଞ୍ଜେଇ କଟା ଅଭିଯାନ ଜାରି ରଖିଛନ୍ତି ।

ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜମିରେ କପା ଚାଷ ନାଁରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା ଓ ବୌଦ୍ଧ ବନାଞ୍ଚଳର ହଜାର ହଜାର ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ପଛରେ କେତେକ ଅଣ ଓଡିଆଙ୍କ ପ୍ରଚ୍ଛଦ ହାତ ରହିଥିବା ଅଭିଯୋଗ ହୋଇଛି । ଏହାଛଡା ଏହି ବେଆଇନ କାରବାର ପଛରେ ଜଙ୍ଗଲ, ପୋଲିସ, ଅବକାରୀ, ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସମେତ ସ୍ଥାନୀୟ ତଥାକଥିତ ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି ରହିଛି ।

ତେବେ ଗତ ପ୍ରାୟ ପନ୍ଦର ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଗଞ୍ଜେଇ ଦମନକୁ ନେଇ କଡା ଆଭିମୁଖ୍ୟ ପରେ ବର୍ତ୍ତମାନ ଉଭୟ ଅବକାରୀ ଓ ପୋଲିସ ବିଭାଗ ପ୍ରତ୍ୟେକ ଦିନ ଏହି କ୍ଲିନ ଗ୍ରୀନ ମିଶନରେ ଲାଗି ପଡିଛନ୍ତି ।ଏହାଛଡା ବିଭିନ୍ନ ଥାନା ଅଞ୍ଚଳରେ ପେଟ୍ରୋଲିଂକୁ କଡାକଡି କରାଯାଇ ଗଞ୍ଜେଇ ଚାଲାଣକୁ ଧରାଯାଉଛି ।

ଶୁକ୍ରବାର ଦିନ ବୌଦ୍ଧ ପୋଲିସ ଏକ ନାଟକୀୟ ଢଙ୍ଗରେ ଗୋଟିଏ ଗଞ୍ଜେଇ ବୋଝେଇ ଗାଡି ସମେତ ଦୁଇ ଜଣକୁ କାବୁ କରିଥିଲା ।ପ୍ରାୟ ଏକ କ୍ବିଣ୍ଟାଲ ଗଞ୍ଜେଇ ଧରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଥାନାରୁ ଦୌଡ଼ି ଦୌଡ଼ି ଫେରାର ହେବାକୁ ଉଦ୍ୟମ କରି ମହାନଦୀ ଭିତରକୁ ପଶିଯାଇ ଥିଲା । ତେବେ କିଛି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଉକ୍ତ ଫେରାର ମାରୁଥିବା ଅଭିଯୁକ୍ତକୁ ପୁଣିଥରେ କାବୁ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.