ETV Bharat / state

ହାତୀ ରହୁଥିବା ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ

author img

By

Published : Jun 2, 2021, 2:53 PM IST

ବିପଦରେ ଜାତୀୟ ଐତିହ୍ୟ ପଶୁ ହାତୀ । ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ କାରଣରୁ ଜନବସତି ମୁହାଁ ହେଉଛନ୍ତି ହାତୀ । ଅଧିକ ପଢନ୍ତୁ...

ହାତୀ ରହୁଥିବା ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ

ବୌଦ୍ଧ: ବିପଦରେ ଜାତୀୟ ଐତିହ୍ୟ ପଶୁ ହାତୀ । ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ କାରଣରୁ ଜନବସତି ମୁହାଁ ହେଉଛନ୍ତି ହାତୀ । ଜଙ୍ଗଲ ସମ୍ପଦରେ ଭରପୁର ଜିଲ୍ଲାରେ ଜାତୀୟ ଐତିହ୍ୟ ପଶୁ ହାତୀ ଏବେ ବିପଦରେ । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ବନାଞ୍ଚଳର ମାଧପୁର ଓ କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ପୂର୍ବରୁ ହାତୀ ରହି ଆସୁଥିଲେ ।

ତେବେ ଗତ ପ୍ରାୟ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ ବୌଦ୍ଧ ବନାଞ୍ଚଳର ବଘିଆପଡା ସେକ୍ସନ ଅନ୍ତର୍ଗତ ବେରେଡାବାରି, ଦୁର୍ଗାପ୍ରସାଦ, ଦେବଗଡ଼, ବାଙ୍କମୁଣ୍ଡି ଜଙ୍ଗଲ ଅଞ୍ଚଳରେ 7ଟି ହାତୀ ସ୍ଥାୟୀ ଭାବରେ ରହିଯାଇଛନ୍ତି । ତେବେ ଏସବୁ ଅଞ୍ଚଳରେ ଦୃତ ଜଙ୍ଗଲ କ୍ଷୟ ତଥା ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ହାତୀ ଓ ବନ୍ୟଜନ୍ତୁ ଜନବସତି ମୁହାଁ ହୋଇପଡୁଛନ୍ତି । ଗତ 5 ଦିନ ତଳେ ବେରେଡାବାରି ଅଞ୍ଚଳର କେତେକ ଆଦିବାସୀଙ୍କ କଚ୍ଚା ଘର ହାତୀପଲ ଦୁଇ ଦୁଇ ଥର ଭାଙ୍ଗି ଦେଇଥିବା ଇଟିଭି ଭାରତରେ ପ୍ରସାରିତ ହୋଇଥିଲା ।

ବର୍ତ୍ତମାନ ପୁଣି ଆଉଏକ ତଥ୍ୟ ଇଟିଭି ଭାରତ ହାତରେ ଲାଗିଛି । ବାଙ୍କମୁଣ୍ଡି ଜଙ୍ଗଲର ପଛ ପାର୍ଶ୍ଵରେ ପ୍ରାୟ ଦଶ ହେକ୍ଟରରୁ ଊର୍ଦ୍ଧ୍ବ ଜଙ୍ଗଲରେ ବ୍ୟାପକ ଗଛକାଟି ସେଠାରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ହାତୀମାନେ ପ୍ରଭାବିତ ହେଉଥିବା ସୂଚନା ମିଳିଛି ।ଏଭଳି ପରିସ୍ଥିତିରେ କେତେବେଳେ ମଧ୍ୟ ହାତୀ ମଣିଷ ମୁହାଁମୁହିଁ ହେବା ସମ୍ଭାବନା ସୃଷ୍ଟି ହୋଇଛି । ସେପଟେ ଏଭଳି ଅଞ୍ଚଳରେ ଥିବା ରାସ୍ତା ଉପରେ ହାତୀ ସମ୍ପର୍କରେ ସୂଚନା ସହିତ ହାତୀ ଚଲାପଥ ନେଇ ସୂଚନା ପ୍ରଦାନ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.