ବୌଦ୍ଧ: ଗଞ୍ଜେଇ ମାଫିଆଙ୍କ କବଳରେ ବୌଦ୍ଧ ଜିଲ୍ଲା । ଗଞ୍ଜେଇ ମାଫିଆ ଓ ସ୍ଥାନୀୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମୁଷ୍ଟିମେୟ ଲୋକଙ୍କ ଇଙ୍ଗିତରେ ଜିଲ୍ଲାରେ ବେଧଡକ ଭାବେ ଚାଲିଛି ବେଆଇନ ଗଞ୍ଜେଇ କାରବାର ।
ଗତ କିଛି ଦିନ ତଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଅଞ୍ଚଳରେ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ସହ 2 ଜଣଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ଥିବା ସୂଚନା ରହିଛି । ଆଶ୍ଚର୍ଯ୍ୟର ବିଷୟ ଯେ, ଅବକାରୀ ବିଭାଗ ଏସବୁ ଜାଣି ମଧ୍ୟ ନୀରବ ରହିଛି । ତେବେ ବିଭାଗର ଏପରି ସ୍ଥାଣୁତାକୁ ନେଇ ସାଧାରଣରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି ।
ଅନ୍ୟପଟେ ଗୁରୁବାର ତେଲିବନ୍ଧ ପଞ୍ଚାୟତର ଜନୈକା ନାବାଳିକାକୁ ବାଧ୍ୟ କରାଯାଇ ନିକଟସ୍ଥ କୁସୁମଝୁଲି ଗ୍ରାମରେ ବିବାହ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହେଲେ ଶିଶୁ ଓ ମହିଳା ବିଭାଗ ପକ୍ଷରୁ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ନାବାଳିକାର 2 ଭଉଣୀ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ପଦକ୍ଷେପ ଗ୍ରହଣ କରି ଏହି ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବାରେ ସଫଳ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ