ବୌଦ୍ଧ: ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହେଲା ଇଫତାର ପାର୍ଟି । ମସଜିଦ ସଦର ମହକୁମାର ମୁସଲିମ ବସ୍ତିରେ ଥିବା ଜାମା ମସଜିଦରେ ସୋମବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁସଲମାନ ସମ୍ପ୍ରଦାୟଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ, ଏସପି, ନଗରପାଳ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଜିଲ୍ଲାରେ ପ୍ରଥମଥର ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆୟୋଜକଙ୍କ ପ୍ରଶଂସା କରିଥିଲେ ।
ଜିଲ୍ଲାପାଳ ଓ ନଗରପାଳ ଉଭୟେ ଜାମା ମସଜିଦ ର ପ୍ରାର୍ଥନା ଗୃହରେ ପହଞ୍ଚି ଜିଲ୍ଲାର ସୁଖ ସମୃଦ୍ଧି ତଥା ଭାଇଚାର ସୁଦୃଢ ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଭାଇଚାରାର ସହର ଭାବରେ ପରିଚିତ ବୌଦ୍ଧରେ ଶହ ଶହ ବର୍ଷରୁ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରିଆସିବା ସହ ନିଜ ନିଜ ଧାର୍ମିକ ଭାବନାକୁ ସମ୍ମାନ ଦେଇଆସୁଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ