ETV Bharat / state

ବୌଦ୍ଧରେ ବଢୁଛି ଲୁଟ, ସୁରକ୍ଷା ଦାବିରେ ଥାନା ଘେରିଲେ ଶତାଧିକ ମହିଳା

ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି ଭଳି ଅପରାଧିକ ମାମଲା । ଏନେଇ ମନମୁଣ୍ଡା ଥାନା ଦେଉଳୀ ଗ୍ରାମର ଶତାଧିକ ମହିଳା ଥାନା ଘେରାଉ ସହ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

ମନମୁଣ୍ଡା ଥାନା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା

author img

By

Published : Feb 7, 2021, 8:43 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରି ଡକାୟତି ଭଳି ଅପରାଧିକ ମାମଲା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣୀ ଥାନା ଅଞ୍ଚଳରେ ବିଗତ ମାସକ ମଧ୍ୟରେ ଅନେକ ସ୍ଥାନରେ ଚୋରି, ଲୁଣ୍ଠନ,ଡକାୟତି ଭଳି ଘଟଣା ପୋଲିସ ପାଇଁ ସୃଷ୍ଟି କରିଛି ଖୋଲା ଚ୍ୟାଲେଞ୍ଜ । ତେବେ ଜିଲ୍ଲା ପୋଲିସ ମଧ୍ୟ ଏନେଇ କିଛି ଚୋର ଓ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

ମନମୁଣ୍ଡା ଥାନା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା

କିନ୍ତୁ ବଢୁଥିବା ଅପରାଧିକ ଘଟଣା ଯୋଗୁଁ ଅଞ୍ଚଳରେ ସାଧାରଣ ଲୋକ ଭୟଭୀତ ଥିବା ବେଳେ ଶନିବାର ଅପରାହ୍ନରେ ମନମୁଣ୍ଡା ଥାନା ଦେଉଳୀ ଗ୍ରାମର ଶତାଧିକ ମହିଳା ଥାନା ଘେରାଉ ସହ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ମହିଳାମାନେ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ସହ ଚୋର ଡକାୟତ ଦଳକୁ ଗିରଫ ପାଇଁ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.