ବୌଦ୍ଧ: ମଣ୍ଡିରେ ଶହଶହ ବସ୍ତା ଧାନ ପଡି ରହିଥିବାବେଳେ ଖରା ବର୍ଷାର ଲୁଚକାଳି ଭିତରେ ଆଶା ଆଶଙ୍କାରେ ଚାଷୀ ରହିଛି । ବୌଦ୍ଧ ଜିଲ୍ଲାର 23 ଗୋଟି ସମବାୟ ସମିତିର ମଣ୍ଡିରେ ଚାଲିଛି ରବି ଧାନକ୍ରୟ ।
କିନ୍ତୁ ଧାନ ଠିକ ସମୟରେ ଉଠି ପାରୁନଥିବାରୁ ଚାଷୀ ସେମାନଙ୍କ ଧାନକୁ ଦିନଦିନ ଧରି ଖରା ବର୍ଷାରେ ଜଗି ରହୁଛନ୍ତି । ମନମୁଣ୍ଡା, ବାଉଁଶୁଣୀ, ସିମିଳିପଦର, ବହିରା,ଲମ୍ବସରୀ,କଣ୍ଟାମାଳ ଭଳି ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ଧାନ ବାହାରେ ପଡି ରହୁଛି ।
ତେବେ ମୌସୁମୀ ଓଡିଶାରେ ପ୍ରବେଶ କଲା ପରେ ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ସେପଟେ କେତେକ ସମବାୟ ସମିତିର ସଂପାଦକ ଓ କର୍ମଚାରୀ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଯୋଗାଣ ବିଭାଗ କହିଛି ଠିକ ସମୟରେ ରବିଧାନ କ୍ରୟ ହେବ ଓ ବର୍ଷା ପାଇଁ ସମସ୍ତ ମଣ୍ଡିରେ ଜରିପାଲର ବ୍ୟବସ୍ଥା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ