ETV Bharat / state

କ୍ରସର ପରିସରରେ ଭଙ୍ଗାରୁଜାକୁ ନେଇ ଶତାଧିକ ମହିଳାଙ୍କ ବିକ୍ଷୋଭ

ଷ୍ଟୋନ କ୍ରସର ପରିସରରେ 12ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଚାପା ଇତ୍ତେଜନା । ଏକ ନିର୍ଦ୍ଦିଷ୍ଟ କ୍ରସର ବିରୋଧରେ ଆନ୍ଦୋଳନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି । ଅଧିକ ପଢନ୍ତୁ...

କ୍ରସର ପରିସରରେ ଭଙ୍ଗାରୁଜାକୁ ନେଇ ଶତାଧିକ ମହିଳାଙ୍କ ବିକ୍ଷୋଭ
କ୍ରସର ପରିସରରେ ଭଙ୍ଗାରୁଜାକୁ ନେଇ ଶତାଧିକ ମହିଳାଙ୍କ ବିକ୍ଷୋଭ
author img

By

Published : Jun 29, 2021, 3:49 PM IST

ବୌଦ୍ଧ: ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ପରିବେଶ ପ୍ରଦୂଷଣ ସହ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଥିବା ଅଭିଯୋଗ କରି ମହିଳା ଗୋଷ୍ଠୀଙ୍କ ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବାଇଶପଡା ଓ ଖରଭୂଇଁ ଅଞ୍ଚଳରେ ଚାରୋଟି ଷ୍ଟୋନ କ୍ରସର ରହିଛି । ସରକାରୀ ନିୟମ ପ୍ରକାରେ କ୍ରସର ଖୋଲାଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ ପରିବେଶ ପ୍ରଦୂଷଣ ଓ ବ୍ଲାଷ୍ଟିଂକୁ ନେଇ ଅଭିଯୋଗ ହୋଇଆସୁଥିଲା ।

କ୍ରସର ପରିସରରେ ଭଙ୍ଗାରୁଜାକୁ ନେଇ ଶତାଧିକ ମହିଳାଙ୍କ ବିକ୍ଷୋଭ

ସୋମବାର ଅଞ୍ଚଳର 12ଟି ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ନିର୍ଦ୍ଦିଷ୍ଟ କ୍ରସର ପରିସରରେ ପଶି ବିକ୍ଷୋଭ ପ୍ରଦର୍ଶନ ସହ ବ୍ୟାପକ ଭଙ୍ଗାରୁଜା କରିଥିବା ନେଇ ସୂଚନା ମିଳିଛି । କ୍ରସରରେ ଥିବା ଆଠ ଶହ ଲିଟର ଡିଜେଲ ଢାଳି ଦେବା ସହ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହରଭଙ୍ଗା ପୋଲିସ ନିକଟରେ ସବୁକିଛି ଘଟଣାର ସୂଚନା ଥିଲେ ମଧ୍ୟ କାହିଁକି ଚୁପ ବସିଛି ପ୍ରଶାସନ । ସେପଟେ ଏକ ନିର୍ଦ୍ଦିଷ୍ଟ କ୍ରସର ବିରୋଧରେ ଆନ୍ଦୋଳନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.