ETV Bharat / state

ସରକାରୀ ଯୋଜନା ବାଟବଣା, ବିଧବାଙ୍କୁ ମିଳୁନି ଭତ୍ତା - ଅସହାୟ ଲୋକ

ବୌଦ୍ଧରେ ସରକାରୀ ଯୋଜନା ବାଟବଣା । ସ୍ବାମୀଙ୍କ ମୃତ୍ୟୁର ଦୀର୍ଘ ଦିନ ପରେ ମଧ୍ୟ ମିଳୁନି ବିଧବା ଭତ୍ତା । ଅଧିକ ପଢନ୍ତୁ...

helpless women from boudh were not getting any assistance from state government
ସରକାରୀ ଯୋଜନା ବାଟବଣା, ବିଧବାଙ୍କୁ ମିଳୁନି ଭତ୍ତା
author img

By

Published : Nov 23, 2020, 1:25 PM IST

ବୌଦ୍ଧ: ଅସହାୟ ଲୋକଙ୍କୁ ସହାୟତା ପାଇଁ ସରକାର ପ୍ରଣୟନ କରିଛନ୍ତି ଅନେକ ଯୋଜନା । ତଥାପି ମଧ୍ୟ ଅନେକ ସ୍ଥାନରେ ଲୋକଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇ ପାରୁନାହିଁ । ଏଭଳି ଦୁଇଟି ଘଟଣା ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସରକାରୀ ଯୋଜନା ବାଟବଣା, ବିଧବାଙ୍କୁ ମିଳୁନି ଭତ୍ତା

ଜିଲ୍ଲାର ଖଟଖଟିଆ ପଞ୍ଚାୟତ ସଦର ଗ୍ରାମରେ ପରିବାରର ଏକମାତ୍ର ରୋଜଗାରକ୍ଷମ ସ୍ବାମୀଙ୍କ ଦୀର୍ଘ ଦିନ ହେଲା ମୃତ୍ୟୁ ହୋଇସାରି ଥିଲେ ମଧ୍ୟ ବିଧବା ପତ୍ନୀଙ୍କୁ ଭତ୍ତା ଟିକକ ମଧ୍ୟ ମିଳିପାରି ନାହିଁ । ଫଳରେ 6 ପ୍ରାଣୀ କୁଟୁମ୍ବ ଏବେ ଅତ୍ୟନ୍ତ ଅସହାୟ ଭାବରେ ଚଳୁଛନ୍ତି ।

ସେହିପରି ବଘିଆପଡା ପଞ୍ଚାୟତ ମାଝୀସାହିର ଜନୈକ ଗରିବ ପରିବାରର ମୁଖ୍ୟଙ୍କ ମୃତ୍ୟୁ ପରେ ମଧ୍ୟ ବିଧବା ପତ୍ନୀଙ୍କୁ ଭତ୍ତା ମିଳୁ ନାହିଁ । ଅସହାୟ ବୃଦ୍ଧା ଜଣକ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ଭତ୍ତାର ଆଶା ଛାଡି ଦେଲେଣି । ବୃଦ୍ଧାଙ୍କ ଏଭଳି ଦୃଶ୍ୟ ହିଁ ପଞ୍ଚାୟତର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଅସହାୟଙ୍କୁ ସହାୟତା ଯୋଗାଇଦେବାକୁ ସେମାନେ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.