ETV Bharat / state

ହାରିନି ଲୋମଶ କନ୍ୟା ରେବତୀ,ଏକା ଏକା ଜାରି ରଖିଛି ସଂଗ୍ରାମ; ପ୍ରତିଶୃତି ଦେଇ ଭୁଲିଗଲେ ସରକାର

author img

By

Published : Apr 12, 2023, 5:16 PM IST

ଦିନେ ନିଜ ଲୋମଶ ଚେହେରା ପାଇଁ ସାରା ଦେଶରେ ଚର୍ଚ୍ଚିତ ଥିବା ବଣ ବାଳିକା ଏବେ ଏକା ଏକା ନିଃସଙ୍ଗ ଜୀବନ ବିତାଉଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା ଥିଲେ ମଧ୍ୟ ଏହି ଲୋମଶ କନ୍ୟା ଙ୍କ ପାଇଁ ତାହା ଦିବା ସ୍ବପ୍ନ ହୋଇ ରହିଛି । କେବଳ ପାଞ୍ଚ କେଜି ଚାଉଳ ଓ ପାଞ୍ଚ ଶହ ଟଙ୍କାରେ ବିତୁଛି ଜୀବନ । ଅଧିକ ପଢନ୍ତୁ

helpless rebati
helpless rebati

helpless rebati

ବୌଦ୍ଧ: ନିଃସଙ୍ଗ ଜୀବନ ବିତାଉଛନ୍ତି ଲୋମଶ କନ୍ୟା ରେବତୀ । ଦିନେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଲୋମଶ କନ୍ୟା ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ତ୍ବେ ଲୋମଶ କନ୍ୟାଙ୍କ ପାଇଁ ତାହା ଦିବା ସ୍ବପ୍ନ ହୋଇ ରହିଛି । କେବଳ 5କେଜି ଚାଉଳ ଓ ପାଞ୍ଚ ଶହ ଟଙ୍କାରେ ବିତୁଛି ଏହି ବଣ ବାଳିକାଙ୍କ ଜୀବନ । ବୌଦ୍ଧ ଜିଲ୍ଲାର ସୀମାନ୍ତ ତଳଗାଁ ପଞ୍ଚାୟତର ବଣ ଜଙ୍ଗଲ ଘେରା ଗ୍ରାମ ଖଳିସାହି । ଏହି ଖଳିସାହିରେ ବସବାସ କରୁଥିବା ବାଳକୃଷ୍ଣ କହଁରଙ୍କ ପରିବାରରେ ପ୍ରାୟ ପଚିଶ ବର୍ଷ ପୂର୍ବରୁ ଜନ୍ମ ନେଇଥିଲା ଏକ ବାଳିକା । ବାଳିକାର ଶରୀରରେ ପିତା ବାଳକୃଷ୍ଣ ଓ ଜେଜେବାପା ଙ୍କ ଭଳି ଲୋମରେ ଭରି ରହିଥିଲା । ବଣ ଜଙ୍ଗଲ ଅଞ୍ଚଳରେ କେତେକ ଏହାକୁ ଭାଲୁଛୁଆ ସହିତ ତୁଳନା କରିବା ସହିତ ଝିଅର ଭୟଙ୍କର ଚେହେରା ଯୋଗୁଁ ପାଖକୁ ଯିବାକୁ ଭୟ ମଧ୍ୟ କରୁଥିଲେ ।

ପରିବର୍ତ୍ତିତ ସମୟରେ ଲୋମଶ କନ୍ୟା ରେବତୀ ଭାବରେ ପରିଚିତ ହୋଇଥିଲା । କିନ୍ତୁ ରେବତୀର ଜଟିଳ ଚିକିତ୍ସା ଗରିବ ବାଳକୃଷ୍ଣଙ୍କ ପାଇଁ ଅପହଞ୍ଚ ହୋଇ ରହିଥିଲା । ସେତେବେଳେ ଜାତୀୟ ଗଣମାଧ୍ୟମରେ ଏହାର ଖବର ପ୍ରସାରଣ ମଧ୍ୟ ହୋଇଥିଲା । ଏନେଇ ପରେ ସରକାର ରେବତୀର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଥିଲେ । କିନ୍ତୁ ତାହା ଅଧପନ୍ତରିଆ ହୋଇ ରହିଗଲା । ବର୍ତ୍ତମାନ ରେବତୀର ଶରୀରରେ ଆଉ ଲୋମ ଉଠୁନାହିଁ । କିନ୍ତୁ ରେବତୀର ବୟସ ବୃଦ୍ଧି ସହିତ ତାର ଦୁଃଖ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ।

ରେବତୀ ନିଜ ପିତାମାତାଙ୍କୁ ହରାଇବା ପରେ ବର୍ତ୍ତମାନ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି । ଖଳିସାହି ଗ୍ରାମରେ ରେବତୀକୁ ଆଜି ପର୍ଯ୍ୟନ୍ତ ଖଣ୍ଡେ ପକ୍କା ଘର ମିଳି ନ ଥିବାରୁ ସେ ନିଜ ହାତରେ ଏକ ଛଣ ଘର ତିଆରି ଏକା ଏକା ରହୁଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ସବୁ ଯୋଜନା ସତେ ଯେମିତି ରେବତୀ ଙ୍କ ପାଇଁ ଅଲୋଡ଼ା ହୋଇ ପଡିଛି । କେବଳ ପ୍ରଶାସନ ପକ୍ଷରୁ 5କେଜି ଚାଉଳ ଓ ପାଞ୍ଚ ଶହ ଟଙ୍କା ରେ ତାଙ୍କ ଜୀବନ କଟୁଛି । ପଞ୍ଚାୟତ ଠାରୁ ନେଇ ବ୍ଲକର ବଡ ବଡ ସରକାରୀ ବାବୁଙ୍କୁ ରେବତୀ ଯେତେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ତେବେ ବର୍ତ୍ତମାନ ରେବତୀ ନିଜ ଭାଗ୍ୟକୁ ଆଦରି ନିଜ ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ବଣ ଜଙ୍ଗଲରୁ ପତ୍ର କାଠ ସଂଗ୍ରହ କରି ନିଜେ ଚଳୁଥିବା ରେବତୀ ସଞ୍ଜ ହେବା ମାତ୍ରେ ଡିବି ଆଲୁଅ ଭିତରେ ପୁଣିଥରେ ଆସନ୍ତା କାଲିର ସକାଳକୁ ଅନ୍ଧାର ଭିତରେ ଅପେକ୍ଷା କରି ରହୁଛନ୍ତି । ତଥାପି ରେବତୀ ଜୀବନ ଯୁଦ୍ଧରେ ହାରି ନ ଯାଇ ପ୍ରତ୍ୟେକ ଦିନ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.