ETV Bharat / state

ସ୍ବାମୀଙ୍କ ଦେହାନ୍ତ ପରେ ଅସହାୟ 2 ଭଉଣୀ - ବୌଦ୍ଧ ଖବର

ଗୋଟିଏ ମଣିଷର ହାତ ଧରିଥିବା ଏହି 2 ଭଉଣୀ ସ୍ବାମୀଙ୍କ ସ୍ବର୍ଗବାସ ପରେ ବିଧବା ସାଜିଛନ୍ତି । ଆଉ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରିନଥିବାରୁ ଏମାନଙ୍କ ଦୁଃଖ ବେଶ ବଢିଯାଇଛି । ଅଧିକ ପଢନ୍ତୁ...

ସ୍ବାମୀଙ୍କ ଦେହାନ୍ତ ପରେ ଅସହାୟ 2 ଭଉଣୀ
ସ୍ବାମୀଙ୍କ ଦେହାନ୍ତ ପରେ ଅସହାୟ 2 ଭଉଣୀ
author img

By

Published : Aug 24, 2020, 10:46 PM IST

ବୌଦ୍ଧ: 2 ଭଉଣୀଙ୍କ ଅସହାୟତାର କରୁଣ କାହାଣୀ । ଗୋଟିଏ ମଣିଷର ହାତ ଧରିଥିବା ଏହି 2 ଭଉଣୀ ସ୍ବାମୀଙ୍କ ସ୍ବର୍ଗବାସ ପରେ ବିଧବା ସାଜିଛନ୍ତି । ଆଉ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରିନଥିବାରୁ ଏମାନଙ୍କ ଦୁଃଖ ବେଶ ବଢିଯାଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ ସାନ୍ତୁମ ଗ୍ରାମର ଗୁଣନିଧି ମହାକୁଳ ପ୍ରାୟ ଦଶ ବର୍ଷ ପୂର୍ବରୁ ସୁମିତ୍ରାଙ୍କୁ ବିବାହ କରିଥିଲେ । ପରେ ସୁମିତ୍ରାଙ୍କ ସାନ ଭଉଣୀ ଅନୁରାଧାଙ୍କୁ ବିବାହ କରିଥିଲେ । ଉଭୟ ଭଉଣୀ ସଉତୁଣୀ ହୋଇ ଚଳୁଥିଲେ । ଦୁଇ ଜଣଙ୍କ ଦୁଇ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ଗତ କିଛି ମାସ ତଳେ ହଠାତ ଗୁଣନିଧିଙ୍କ ସ୍ବର୍ଗବାସ ହୋଇଛି । ଏବେ ସେମାନଙ୍କୁ ଶ୍ବଶୁର ଘର ଲୋକ ତଡି ଦେଇଥିବା ଅଭିଯୋଗ ହୋଇଛି ।

ସ୍ବାମୀଙ୍କ ଦେହାନ୍ତ ପରେ ଅସହାୟ 2 ଭଉଣୀ

ସେପଟେ ଏମାନଙ୍କ ରାସନ କାର୍ଡ ନଥିବାରୁ ପଞ୍ଚାୟତରୁ ଚାଉଳ ମୁଠାଏ ମଧ୍ୟ ମିଳିପାରୁନାହିଁ । ଏପରିକି ବିଧବା ଭତ୍ତା ଟିକକ ମଧ୍ୟ ମିଳିନାହିଁ । ଫଳରେ ଏହି 6 ପ୍ରାଣୀଙ୍କ ଜୀବନ ଏବେ ଦୁର୍ବିଶହ ହୋଇପଡିଛି । ତୁରନ୍ତ ଏହି ଅସହାୟଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.