ETV Bharat / state

ଅଦିନିଆ ବର୍ଷାରେ ବେହାଲ ବୌଦ୍ଧ - ଅଦିନିଆ ବର୍ଷାରେ ବେହାଲ ବୌଦ୍ଧ

ଅଦିନିଆ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଶୁକ୍ରବାର ଅପରାହ୍ନରେ କେଇ ସମୟର ପ୍ରବଳ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ନର୍ଦ୍ଦମା ପାଣି ପଶିଯାଇଥିଲା । ଅଧିକ ପଢନ୍ତୁ...

ଅଦିନିଆ ବର୍ଷାରେ ବେହାଲ ବୌଦ୍ଧ
ଅଦିନିଆ ବର୍ଷାରେ ବେହାଲ ବୌଦ୍ଧ
author img

By

Published : Mar 7, 2020, 2:30 AM IST

ବୌଦ୍ଧ: ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଶୁକ୍ରବାର ଅପରାହ୍ନରେ କେଇ ସମୟର ପ୍ରବଳ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ନର୍ଦ୍ଦମା ପାଣି ପଶିଯାଇଥିଲା । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ମାନେ ଅଫିସରୁ ପାଣି ଯୋଗୁଁ ଦୀର୍ଘ ସମୟ ଧରି ବାହାରିପାରି ନଥିଲେ । ସେପଟେ ବୌଦ୍ଧ ବସଷ୍ଟାଣ୍ଡ କଡରେ ଥିବା ଡ୍ରେନ ଉପରେ ପାଣି ଚାଲି ନର୍ଦ୍ଦମା ପାଣିରେ ବସଷ୍ଟାଣ୍ଡ ବୁଡି ରହିଥିଲା ।

ଅଦିନିଆ ବର୍ଷାରେ ବେହାଲ ବୌଦ୍ଧ

ଜିଲ୍ଲାର ଲୁଣିବାହାଲ ଓ ମନମୁଣ୍ଡା ଅଞ୍ଚଳରେ ବର୍ଷା ସାଙ୍ଗକୁ ବଡବଡ କୁଆପଥର ବୃଷ୍ଟିପାତ ହୋଇଥିଲା । ଫଳରେ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନ ଭିଜିଯାଇ ବତୁରି ଯାଇଥିବା ବେଳେ କୁଆପଥର ବୃଷ୍ଟିପାତ ଯୋଗୁଁ ରବି ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ବର୍ଷା ସହିତ କିଛି ସ୍ଥାନରେ ପ୍ରବଳ ଝଡତୋଫାନ ହେବା ଯୋଗୁଁ ଗଛଡାଳ ଭାଙ୍ଗିବା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ସୂଚନା ମିଳିଛି ।

ବୀରନରସିଂପୁର ଠାରେ ଏଗାର କେଭି ବିଶିଷ୍ଟ ବିଦ୍ୟୁତ ତାର ଛିଣ୍ଡି ଯିବାରୁ କିଛି ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏନେଇ କୌଣସି ଅଘଟଣ ଘଟିନାହିଁ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.