ETV Bharat / state

ବର୍ଷା ଓ କୁଆପଥର ମାଡରେ ରବି ଫସଲ ଓ ପନିପରିବା ଚାଷ ନଷ୍ଟ

author img

By

Published : Mar 21, 2023, 8:42 AM IST

ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡବର୍ଷା ସହିତ କୁଆପଥର ବର୍ଷା ଯୋଗୁଁ ରବି ଫସଲ ସହିତ ପନିପରିବା ଚାଷ ଉପରେ ଗଭୀର ପ୍ରଭାବ ପଡିଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ପନିପରିବା ପଚିସଢି ଯିବା ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ପଶ୍ଚିମା ଝଡବର୍ଷା ସହିତ କୁଆପଥର ବର୍ଷା
heavy rain and hailstorm lashes in boudh

ବୌଦ୍ଧ : ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ । ଗତ 4 ଦିନ ହେଲା ପଶ୍ଚିମା ଝଡ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡତୋଫାନ ସହିତ ବର୍ଷା ହୋଇଛି । ତେବେ ରବିବାର ରାତିରେ ବର୍ଷା ସହିତ କୁଆପଥର ବୃଷ୍ଟିପାତ ହୋଇଥିଲା । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରବି ଜାତୀୟ ଫସଲ ଓ ପନିପରିବା ଚାଷ ଉପରେ ଏହାର ଗଭୀର ପ୍ରଭାବ ପଡିଥିବା ସୂଚନା ମିଳିଛି । ତେଣୁ ବର୍ତ୍ତମାନ ଚାଷୀଙ୍କ ଦୁଃଖ ବେଶ ବଢି ଯାଇଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡତୋଫାନ ସହିତ ବର୍ଷା ହେବା ସହ କୁଆପଥର ବୃଷ୍ଟିପାତ ହୋଇଥିଲା । ଏହି ବର୍ଷା ଓ କୁଆପଥର ମାଡରେ ପନିପରିବା ଚାଷ ଓ ରବି ଫସଲ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି । ବିଶେଷ କରି ହରଡ, ମୁଗ, ବିରି, କୋଳଥ ଭଳି ରବି ଫସଲ ଜମିରୁ ଅମଳ ହୋଇପାରି ନଥିବା ବେଳେ ବର୍ଷା ଓ କୁଆପଥର ମାଡ ଯୋଗୁଁ ବର୍ତ୍ତମାନ ଜମି ପାଣିରୁ ବାହାର କରି ତାକୁ ଶୁଖାଇବାରେ ଲାଗିଛି ଚାଷୀ ।

ସେହିପରି ପ୍ରଥମେ ତିନି ଦିନର ବର୍ଷା ପରେ ରବିବାର ମଧ୍ୟ ରାତିରେ କୁଆପଥର ମାଡରେ ପନିପରିବା ଚାଷ ଗଭୀର ଭାବରେ ପ୍ରଭାବିତ ହୋଇଛି । ବୌଦ୍ଧ ଜିଲ୍ଲାର ଟୁଟୁସିଙ୍ଗା , ଡାଙ୍ଗପଡା , ମର୍ଜାଦପୁର, ଗିରାସିଙ୍ଗା ଭଳି ଅନେକ ଗ୍ରାମରେ କୁଆପଥର ର ବିତ୍ପାତ ଦେଖିବାକୁ ମିଳିଛି । କୁଆପଥର ମାଡରେ ବାଇଗଣ, କୋବି, ଭେଣ୍ଡି, କଖାରୁ ଭଳି ପନିପରିବା ଚାଷ ବ୍ୟାପକ ନଷ୍ଟ ହୋଇଥିବା ସୂଚନା ମିଳିଛି । ଏହାଛଡା ଚଳିତ ବର୍ଷ ପ୍ରଥମଥର ପାଇଁ ମାଣ୍ଡିଆ ଚାଷକୁ ଆପଣେଇଥିବା ଚାଷୀ ବ୍ୟାପକ କ୍ଷତି ସହିବା ଆଶଙ୍କା ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ପୂରଣ ହେବ ଖାଲି ପଡ଼ିଥିବା ପଦବୀ, ରାଜ୍ୟରେ ଦୂର ହେବ ଶିକ୍ଷକ ସମସ୍ୟା- ଗଣଶିକ୍ଷା ମନ୍ତ୍ରୀ

ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ଝଡତୋଫାନ ଓ କୁଆପଥର ବୃଷ୍ଟିପାତ ଯୋଗୁଁ ଆମ୍ବ କଷି ସବୁ ଝଡି ପଡିଥିବା ବେଳେ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତରଭୁଜ ଚାଷୀ ଗଭୀର କ୍ଷତି ଗ୍ରସ୍ତ ହୋଇଛନ୍ତି । ବର୍ଷା ପାଣି ଯୋଗୁଁ ଅନେକ ସ୍ଥାନରେ କଖାରୁ ଭଳି ତରଭୁଜ ଜମିରେ ପଚିଯିବା ଆଶଙ୍କା ସୃଷ୍ଟି ହୋଇଛି । ଚାଷୀ କୂଳ ଚିନ୍ତାରେ ପଡିଯାଇଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ସବୁଠାରୁ ଅଧିକ ଚିନ୍ତାରେ ରହିଛି । ଏନେଇ ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି ଚାଷୀ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.