ETV Bharat / state

ବୌଦ୍ଧରେ ନାହିଁ ବାରୋମିଟର: ଏସଆରସିଙ୍କୁ ଚିଠି ଲେଖିଲେ ଏଡିଏମ୍ - necessary

ରାଜ୍ୟର 30ଟି ଜିଲ୍ଲାରୁ 29ଟି ତାପମାତ୍ରାର ମିଳୁଛି ସୂଚନା । ହେଲେ ମିଳୁନାହିଁ ବୌଦ୍ଧ ଜିଲ୍ଲାର ତାପମାତ୍ରା ବିଷୟରେ କୌଣସି ତଥ୍ୟ । ମୋବାଇଲକୁ ଦେଖି ଲୋକେ ତାପମାତ୍ରା ଜାଣିବାକୁ ପାଉଥିବାବେଳେ କେତେକ କ୍ଷେତ୍ର ସହ ମେଳଖାଉନଥିବାବେଳେ ଲୋକଙ୍କ ନିକଟରେ ଆବଶ୍ୟକ ହୋଇପଡିଛି ବାରୋମିଟର ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 12, 2019, 2:14 PM IST

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ଯେମିତି ପଡୁଛି ନିଆଁ ହୁଳା । ଗରମ ସାଙ୍ଗକୁ ଗୁଳିଗୁଳିର ଚୋଟରେ ଅସ୍ତବ୍ୟସ୍ତ ଜନଜୀବନ ହେଲାଣି । ରାଜ୍ୟର ପ୍ରତିଟି ଜିଲ୍ଲାରେ ଏସଆରସି ପକ୍ଷରୁ ବାରୋମିଟର ଲଗାଯାଇଛି । ହେଲେ ବୌଦ୍ଧ ଜିଲ୍ଲାରେ ନାହିଁ ବାରୋମିଟର ମାପମାନ ଯନ୍ତ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ରାଜ୍ୟର ପ୍ରତିଟି ଜିଲ୍ଲାରେ ବାରୋମିଟର ଲଗାଯାଇଛି । ଅଥଚ ବୌଦ୍ଧ ଜିଲ୍ଲାରେ ନାହିଁ ବାରୋମିଟର । ଜିଲ୍ଲାର ଗଠନର 25 ବର୍ଷରୁ ଊର୍ଦ୍ଧ୍ବ ହୋଇଯାଇଥିଲେ ମଧ୍ୟ ପ୍ରଶାସନ ନିକଟରେ ସଠିକ ତାପମାତ୍ରାର ଠିକଣା ନାହିଁ । ଜନସାଧାରଣ ଯେ ଅନୌପଚାରିକ ଭାବେ ମୋବାଇଲ କିମ୍ବା ଅନ୍ୟାନ୍ୟ ଯନ୍ତ୍ରରୁ ତାପମାତ୍ରାର ସୂଚନା ପାଉଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହାର ମେଳଖାଉ ନାହିଁ । ଯାହା ସାଧାରଣଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛି ।

ତେବେ ଏନେଇ ଆମ 'ଇଟିଭି ଭାରତ'ର ପ୍ରତିନିଧି ଜିଲ୍ଲା ପ୍ରଶାସନଙ୍କ ନିକଟରୁ ପ୍ରତିକ୍ରିୟା ଆଣିବା ପରେ ଏସଆରସିଙ୍କୁ ଚିଠି ଲେଖି ଜଣାଯାଇଛି । ଏବଂ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଡିଏମ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି ।ଗରମ ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ତାପ ଜାଣିବା ପାଇଁ ରାଜ୍ୟ ସିଆରସି ସମସ୍ତ ଜିଲ୍ଲା ସଦର ମହକୁମା ରେ ସ୍ଥାପନ କରିଛି ବିରୋମିଟର ବା ତାପମାପକ ଯନ୍ତ୍ର । କିନ୍ତୁ କେବଳ ବୌଦ୍ଧ ଜିଲ୍ଲାରେ ନାହିଁ ଏହି ବାରୋମିଟର ।

Body:ବୌଦ୍ଧ ଜିଲ୍ଲା ଗଠନର ଦୀର୍ଘ୨୫ ବର୍ଷ ରୁ ଉର୍ଦ୍ଧ୍ବ ହୋଇସାରିଥିଲେ ମଧ୍ୟ ଜିଲ୍ଲା ରେ କେତେ ତାପମାତ୍ରା ରହୁଛି ତାହାର ସଠିକ ଖବର ପ୍ରଶାସନ ପାଖରେ ନାହିଁ ।ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ରେ ବାରୋମିଟର ଲାଗିଥିବା ବେଳେ କେବଳ ବୌଦ୍ଧ ଜିଲ୍ଲାରେ ତାପମାପକ ଯନ୍ତ୍ର କାହିଁକି ଲାଗିନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।ଜନସାଧାରଣ ଅନୌପଚାରିକ ଭାବରେ ମୋବାଇଲ କିମ୍ବା ଅନ୍ୟାନ୍ୟ ଯନ୍ତ୍ର ରୁ ଅଞ୍ଚଳର ତାପମାତ୍ରା ର ସୃଚନା ପାଉଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହି ତାପମାତ୍ରା ମେଳଖାଉ ନାହିଁ ।ଫଳରେ ସାଧାରଣ ଲୋକ ଦ୍ଵନ୍ଦରେ ରହୁଛନ୍ତି । ଏନେଇ ଈଟିଭି ଭାରତ ପକ୍ଷରୁ ବୌଦ୍ଧ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ନେବାରୁ ସିଆରସି ଙ୍କୁ ଏବାବଦରେ ଚିଠି ଲେଖି ଜଣାଯାଇଛି ଏବଂ ତୁରନ୍ତ ବାରୋମିଟର ଲଗାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଡିଏମ ସୂଚନା ଦେଇଛନ୍ତି ।

Conclusion:ବାଇଟ-୧-ଶୁଭେନ୍ଦୁ ପଟ୍ଟନାୟକ, ବୁଦ୍ଧିଜୀବୀ
ବାଇଟ-୨-ରମାକାନ୍ତ ସେଠୀ,ଏଡିଏମ, ବୌଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.