ETV Bharat / state

କରୋନା ଯୋଦ୍ଧାଙ୍କୁ ନିୟମିତ ଦାବିରେ ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ - boudha district news

ଜିଲ୍ଲାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । କରୋନା ଯୋଦ୍ଧାଙ୍କୁ ନିୟମିତ କରିବା ପାଇଁ ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ । ଅଧିକ ପଢନ୍ତୁ....

କରୋନା ଯୋଦ୍ଧାଙ୍କୁ ନିୟମିତ ଦାବିରେ ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ
କରୋନା ଯୋଦ୍ଧାଙ୍କୁ ନିୟମିତ କରିବା ପାଇଁ ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ
author img

By

Published : Mar 1, 2021, 10:54 PM IST

ବୌଦ୍ଧ :ଜିଲ୍ଲାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ସୋମବାର ଜିଲ୍ଲା କରୋନା ପରବର୍ତ୍ତୀ ସେବା କେନ୍ଦ୍ର ପରିସରରେ ବରିଷ୍ଠ ନାଗରିକଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରଦାନ ଆରମ୍ଭ ହୋଇଛି ।ବୌଦ୍ଧ ଜିଲ୍ଲାର ସଦର ମହକୁମା ଠାରେ 162 ଜଣ ,ମନମୁଣ୍ଡା ଠାରେ 4 ଜଣ ଓ ପୁରୁଣାକଟକ ଠାରେ 4 ଜଣ ବରିଷ୍ଠ ନାଗରିକ ଏହି ଟିକା ଗ୍ରହଣ କରିଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

କରୋନା ଯୋଦ୍ଧାଙ୍କୁ ନିୟମିତ ଦାବିରେ ସାଂସଦଙ୍କୁ ଭେଟିଲେ ପ୍ରତିନିଧି ଦଳ

ଏହାଛଡା ପୂର୍ବରୁ ଟିକା ଗ୍ରହଣ କରି ନଥିବା ଆଗ ଧାଡିର କରୋନା ଯୋଦ୍ଧା ମଧ୍ୟ ଆଜି ଏହି ଟିକା ଗ୍ରହଣ କରିଥିଲେ ।ସେପଟେ କରୋନା ସମୟରେ ସେବା ଯୋଗାଇ ଥିବା ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟମିତ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର 25 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯାଇନାହିଁ ।ଏନେଇ ସ୍ବାସ୍ଥ୍ୟକର୍ମୀ ମାନେ ମିଳିତ ଭାବେ ଏ ସମ୍ପର୍କରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଭେଟି ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଥିବା ଦଖାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.