ETV Bharat / state

ବୌଦ୍ଧରେ ଦମନ ପ୍ରଦର୍ଶିତ, ସରକାରଙ୍କୁ କୃତଜ୍ଞତା ଜଣାଇଲେ କାହାଣୀର ପ୍ରଚ୍ଛଦପଟ୍ଟ ନାୟକ

author img

By

Published : Dec 24, 2022, 10:46 AM IST

ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ଟାଉନହଲ ପରିସରରେ ଦମନ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ଦମନ ଚଳଚ୍ଚିତ୍ର ପ୍ରଦର୍ଶିତ
ବୌଦ୍ଧରେ ଦମନ ଚଳଚ୍ଚିତ୍ର ପ୍ରଦର୍ଶିତ
ବୌଦ୍ଧରେ ଦମନ ଚଳଚ୍ଚିତ୍ର ପ୍ରଦର୍ଶିତ, କାହାଣୀର ପ୍ରଚ୍ଛଦ ପଟର ନାୟକ ସରକାରଙ୍କୁ କୃତଜ୍ଞତା ଜଣାଇଲେ

ବୌଦ୍ଧ: ଜିଲ୍ଲାରେ ପ୍ରଦର୍ଶିତ ହେଲା ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ଦମନ । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନା ରାଜ୍ୟ ସରକାରଙ୍କ ଆକାଂକ୍ଷୀ କାର୍ଯ୍ୟକ୍ରମ ବର୍ତ୍ତମାନ ସଫଳ ହେବାରେ ଲାଗିଛି । ତାହା ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ନେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କାହାଣୀପ ପ୍ରଚ୍ଛଦପଟ୍ଟ ନାୟକ ।

ଏହି ମିଶନରେ ଯିଏ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ ହେଉଛନ୍ତି ବୌଦ୍ଧ ଚିକିତ୍ସା ବିଭାଗର ଏଡିଏମଓ ତଥା ମ୍ୟାଲେରିଆ ବିଶେଷଜ୍ଞ ଡା ମଦନମୋହନ ପ୍ରଧାନ । ବୌଦ୍ଧ ଜିଲ୍ଲାରେ ଦମନ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତେ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏକଦା ଥିବା ମ୍ୟାଲେରିଆ ପ୍ରବଣତାକୁ ମନେ ପକାଇଥିଲେ । ଏହି ଅବସରରେ ଖୋଦ ଡା ମଦନମୋହନ ତଥା ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବୌଦ୍ଧ ଜିଲ୍ଲାର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ମ୍ୟାଲେରିଆ ତଥା ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଥିବା ବେଳେ ଅନେକ ସ୍ଥାନରେ ମାଓବାଦୀଙ୍କ ଭୟ ଏସବୁ ଅଞ୍ଚଳର ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.