ETV Bharat / state

ଶହେ ଟଙ୍କା ପାଇଁ ଦଣ୍ଡ, ସ୍କୁଲରେ ଅଭିଭାବକ ପକାଇଲେ ତାଲା - ସ୍କୁଲରେ ପଡିଲା ତାଲା

ଶହେ ଟଙ୍କା ହଜିଯିବାରୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଡ ମାରିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲରେ ଅଭିଭାବକ ପକାଇଲେ ତାଲା । ଅଧିକ ପଢ଼ନ୍ତୁ...

ଶହେ ଟଙ୍କା ପାଇଁ ଦଣ୍ଡ, ସ୍କୁଲରେ ପଡିଲା ତାଲା
author img

By

Published : Nov 1, 2019, 3:10 PM IST

ବୌଦ୍ଧ: ଶହେ ଟଙ୍କା ପାଇଁ ପୁରା ସ୍କୁଲର ଛାତ୍ରଛାତ୍ରୀ ପାଇଲେ ଦଣ୍ଡ । ପରୀକ୍ଷା ଥିବା ସତ୍ତ୍ବେ ଅବିଭାବକ ମାନେ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟାଳୟରେ ତାଲା ପକାଇଛନ୍ତି । ବୌଦ୍ଧ ଜିଲ୍ଲା ତାଳସରଡା ପଞ୍ଚାୟତର ସିଙ୍ଘାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଅଭାବନୀୟ ଘଟଣା।

ଶହେ ଟଙ୍କା ପାଇଁ ଦଣ୍ଡ

ଅଭିଯୋଗ ଅନୁଯାୟୀ ବୁଧବାର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶହେଟଙ୍କା ହଜି ଯିବାରୁ ସେ ପ୍ରାୟ ଘଣ୍ଟାଏ କାଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କଠୋରୀରେ ବନ୍ଦ କରି ରଖିଥିଲେ । ଏହାପରେ ଗୁରୁବାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତି ନିଷ୍ଠୁର ଭାବେ ବାଡେଇ ଟଙ୍କା କିଏ ଚୋରି କରିଛ ବୋଲି ପିଟି ଚାଲିଥିଲେ । ଯାହାପରେ ଶୁକ୍ରବାର ପରୀକ୍ଷା ଥିବା ସତ୍ତ୍ବେ ଅଭିଭାବକ ମାନେ ସ୍କୁଲକୁ ଆସି ତାଲା ପକାଇବା ସହ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରି ପ୍ରଶାସନକୁ ରିପୋର୍ଟ ଦିଆଯିବ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଶହେ ଟଙ୍କା ପାଇଁ ପୁରା ସ୍କୁଲର ଛାତ୍ରଛାତ୍ରୀ ପାଇଲେ ଦଣ୍ଡ ।ଏଣୁ ପରୀକ୍ଷା ଥିବା ସତ୍ତ୍ବେ ଅବିଭାବକ ମାନେ ଆଜି ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଦ୍ୟାଳୟରେ ତାଲା ପକାଇଛନ୍ତି ।
ବୌଦ୍ଧ ଜିଲ୍ଲା ତାଳସରଡା ପଞ୍ଚାୟତ ର ସିଙ୍ଘାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି ।ଅଭିଯୋଗ ଅନୁଯାୟୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବୁଧବାର ଶହେଟଙ୍କା ହଜି ଯିବାରୁ ସେ ପ୍ରାୟ ଘଣ୍ଟାଏ କାଳ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ କଠୋରୀରେ ବନ୍ଦ କରି ରଖିଥିଲେ ।ଏହାପରେ ଗୁରୁବାର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଅତି ନିଷ୍ଠୁର ଭାବେ ବାଡେଇ ଟଙ୍କା କିଏ ଚୋରି କରିଛ ବୋଲି ପିଟି ଚାଲିଥିଲେ ।ଶୁକ୍ରବାର ପରୀକ୍ଷା ଥିବା ସତ୍ତ୍ୱେ ଅବିଭାବକ ମାନେ ସ୍କୁଲ କୁ ଆସି ତାଲା ପକାଇବା ସହ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।ଏସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରି ପ୍ରଶାସନ କୁ ରିପୋର୍ଟ ଦିଆଯିବ ବୋଲି ଜଣାପଡିଛି ।

Body:ଶିକ୍ଷୟିତ୍ରୀ ଙ୍କ ଶହେଟଙ୍କା ପାଇଁ ପୁରା ସ୍କୁଲର ଛାତ୍ରଛାତ୍ରୀ ପାଇଲେ ଦଣ୍ଡ ।

Conclusion:ବାଇଟ-୧-ଲିଙ୍ଗରାଜ ମେହେର, ଆହତ ଛାତ୍ର
ବାଇଟ-୨-ଅରୁଣ କୁମାର ମେହେର, ଅବିଭାବକ
ବାଇଟ-୩-ସଞ୍ଜୟ କୁମାର ଦେହୁରୀ, ସିଆରସିସି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.