ETV Bharat / state

ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଛି ଟ୍ରକ ମାଲିକ ସଙ୍ଘ

author img

By

Published : Sep 25, 2021, 9:16 PM IST

ଜିଲ୍ଲାରେ ଚାଉଳ ଯୋଗାଣରେ ହେରଫେର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଜିଲ୍ଲାର ଟ୍ରକ ମାଲିକମାନେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ତଦନ୍ତ କରା ନ ଗଲେ ଆନ୍ଦାେଳନ କରିବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଛି ଟ୍ରକ ମାଲିକ ସଙ୍ଘ
ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଛି ଟ୍ରକ ମାଲିକ ସଙ୍ଘ

ବୌଦ୍ଧ: ଜିଲ୍ଲାର ସରକାରୀ ପଣ୍ୟାଗାରରେ ବ୍ୟାପକ ହେରଫେର ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର ସରକାରୀ ଚାଉଳ ଗୋଦାମରୁ କେବଳ କାଗଜପତ୍ର ସାହାଯ୍ୟରେ ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ଆଣିଛି ଜିଲ୍ଲା ଟ୍ରକ ମାଲିକ ସଙ୍ଘ । ତେବେ ଏହି ଅଭିଯୋଗ ମୁତାବକ ଦୀର୍ଘ ଏକ ମାସ ଧରି ଟ୍ରକ ଗୁଡିକ ରାସ୍ତାରେ ଠିଆ ହୋଇ ରହିଥିବାବେଳେ କିଭଳି ଓ କେଉଁ ପରିସ୍ଥିତିରେ ଗୋଦାମରୁ ଚାଉଳ ଯୋଗାଣ ହେଉଛି, ସେନେଇ ପ୍ରଶ୍ନ କରିଛନ୍ତି ଟ୍ରକ ମାଲିକମାନେ ।

କେବଳ କାଗଜପତ୍ରରେ ଚାଉଳ ଯୋଗାଣ ହେଉଥିବାବେଳେ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଏହି ଘଟଣାରେ କିଛି ଜାଣି ନଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏନେଇ ଆଜି (ଶନିବାର) ହଠାତ ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତା ଓ୍ବାୟର ହାଉସ ଠାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଫଳରେ ଗୋଦାମ ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଟ୍ରକ ମାଲିକମାନେ ଗୋଦାମରେ ଚାଲିଥିବା ହେରଫେରର ତଦନ୍ତ ପାଇଁ ଦାବି କରିବା ସହ ଏହି ଘଟଣାରେ ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.