ETV Bharat / state

ସିଦ୍ଧ ହନୁମାନଙ୍କ ପୀଠରେ ହନୁମାନ ଜୟନ୍ତୀ

ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ବୌଦ୍ଦରେ ବିନା ଭକ୍ତରେ ସିଦ୍ଧ ହନୁମାନ ପୀଠରେ ପାଳନ ହେଲା ହନୁମାନ ଜୟନ୍ତୀ । କେବଳ ପରମ୍ପପରା ମୁତାବକ ହେଲା ନୀତିକାନ୍ତି । ଅଧିକ ପଢନ୍ତୁ...

ସିଦ୍ଧ ହନୁମାନଙ୍କ ପୀଠରେ କେବଳ ନିତୀକାନ୍ତିରେ ଶେଷ ହେଲା ହନୁମାନ ଜୟନ୍ତୀ

author img

By

Published : Apr 27, 2021, 10:12 PM IST

ବୌଦ୍ଧ: ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ବିନା ଭକ୍ତରେ ପାଳନ ହେଲା ହନୁମାନ ଜୟନ୍ତୀ । ଆଜି ପବିତ୍ର ହନୁମାନ ଜୟନ୍ତୀ ଉପଲକ୍ଷେ ବୌଦ୍ଧ ଜିଲ୍ଲା ସହର ମହକୁମାଠାରେ ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନଙ୍କ ପୀଠରେ ନିରାଡମ୍ବର ଭାବରେ ପାଳନ କରାଯାଇଛି ହନୁମାନ ଜୟନ୍ତୀ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ସିଦ୍ଧ ହନୁମାନ ମନ୍ଦିର ପରିଚାଳନା କମିଟିର ମାତ୍ର 3ଜଣ ସଦସ୍ୟଙ୍କ ଉପସ୍ଥିତିରେ କେବଳ ଠାକୁରଙ୍କ ନିତିକାନ୍ତି ସମ୍ପନ୍ନ କିରଥିଲେ ପୂଜକ ।

ସିଦ୍ଧ ହନୁମାନଙ୍କ ପୀଠରେ କେବଳ ନିତୀକାନ୍ତିରେ ଶେଷ ହେଲା ହନୁମାନ ଜୟନ୍ତୀ

ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନରେ ପ୍ରାୟ ଶହେ ବର୍ଷ ଧରି ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଆସୁଛି । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହନୁମାନ ଜୟନ୍ତୀରେ ଯୋଗ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସାମୟିକ ପାଳନକୁ ବାତିଲ କରାଯାଇଛି । କୌଣସି ସାଧାରଣ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ନାହିଁ ଶ୍ରଦ୍ଧାଳୁ । କେବଳ ପରମ୍ପରା ଅନୁଯାୟୀ ନୀତିକାନ୍ତି କରାଯାଇଛି । ଏହି ଅବସରରେ ବିଶ୍ବରୁ କରୋନା ମହାମାରୀ ଦୂରେଇ ଦେବା ପାଇଁ ପ୍ରଭୁ ହନୁମାନଙ୍କ ନିକଟରେ ହୋମଯଜ୍ଞ କରାଯାଇଥିଲା । କେବଳ ଅନୁଷ୍ଠାନର କିଛି କର୍ମକର୍ତ୍ତାଙ୍କ ସହ ପୂଜକ ଏହି ପୂଜାକାର୍ଯ୍ୟ ସମାପନ କରିଥିବା ସୂଚନା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.